ସାମ୍ନାକୁ ଆସିଲା ‘ସତ୍ୟମେବ ଜୟତେ ୨’ର ରିଲିଜ ଡେଟ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ଜନ ଆବ୍ରାହମ ଏବଂ ଅଭିନେତ୍ରୀ ଦିବ୍ୟା ଖୋସଲା କୁମାରଙ୍କ ଅଭିନୀତ ଫିଲ୍ମ’ସତ୍ୟମେବ ଜୟତେ ୨’ର ରିଲିଜ ଡେଟ୍‌ ସାମ୍ନାକୁ ଆସିଛି। ନଭେମ୍ବର ୨୫ରେ ଏହି ଫିଲ୍ମଟି ସିନେମା ହଲରେ ରିଲିଜ ହେବ । ସତ୍ୟମେବ ଜୟତେର ସଫଳତାକୁ ଦେଖି ନିର୍ମାତା ଏବେ ସତ୍ୟମେବ ଜୟତେର ଦ୍ୱିତୀୟ ସିକୁଏଲ ନେଇ ଆସୁଛନ୍ତି ।
ଫିଲ୍ମର ପୋଷ୍ଟର ବି ଦମ୍‌ଦାର ହୋଇଛି। ଯାହାକୁ ଦେଖିବାକୁ ଅପେକ୍ଷାର ସହ ଅନାଇ ବସିଛନ୍ତି ଦର୍ଶକ। ଏଥିରେ ଜନ ଆବ୍ରାହମଙ୍କ ଜବରଦସ୍ତ ବଡି ଦେଖିବାକୁ ମିଳୁଛି । ସେ ତାଙ୍କ ଦୁଇ ହାତରେ ଦୁଇଟି ଲୋକଙ୍କୁ ଉଠାଇଛନ୍ତି । ଏହାକୁ ଦେଖି ପ୍ରଶଂସକମାନେ ଫିଲ୍ମଟି ଆକ୍ସନ ଏବଂ ମନୋରଞ୍ଜନରେ ଭରପୂର ହୋଇଥିବ ବୋଲି ଅନୁମାନ କରୁଛନ୍ତି। ତେବେ ମିଳାପ ଜାଭେରୀ ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି।

Share