ଫିଲ୍ମ ‘ପୃଥ୍ବୀରାଜ’ର ରିଲିଜ୍‌ ତାରିଖ ଘୋଷଣା

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୃଥ୍ବୀରାଜ’ର ରିଲିଜ୍‌ ତାରିଖ ଘୋଷଣା ହୋଇଯାଇଛି। ଫିଲ୍ମଟି ଜୁନ୍‌ ୧୦ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଫିଲ୍ମଟି ପୃଥ୍ବୀରାଜ ଚୌହାନଙ୍କ ଜୀବନୀ ଉପରେ ଆଧାରିତ । ତେବେ ଫିଲ୍ମରେ ଅକ୍ଷୟ କୁମାର, ମାନୁଷୀ ଚିଲ୍ଲର, ସଞ୍ଜୟ ଦତ୍ତ ଏବଂ ସୋନୁ ସୁଦ୍‌ଙ୍କୁ ଦେଖିବାକୁ ପାଇବେ ଦର୍ଶକ।
ଗତବର୍ଷ ୨୦୨୦ରେ ଅକ୍ଷୟ କୁମାରଙ୍କ ୫୨ ତମ ଜନ୍ମଦିନରେ ‘ପୃଥ୍ବୀରାଜ’ର ରିଲିଜ୍‌ ତାରିଖ ଘୋଷଣା କରାଯାଇଥିଲା। କିନ୍ତୁ କରୋନା ମହାମାରୀ ଯୋଗୁ ଫିଲ୍ମର ରିଲିଜ୍‌ ବହୁ ବିଳମ୍ବ ପରେ ଆଜି ଏହାର ରିଲିଜ୍‌ ତାରିଖ ଘୋଷଣା କରାଯାଇଛି।

 

 

 

Share