‘ଲାଇଗର୍‌’ର ପ୍ରଥମ ଗୀତ ରିଲିଜ୍‌

ସାଉଥ ସୁପରଷ୍ଟାର ବିଜୟ ଦେବରାକୋଣ୍ଡା ଏବଂ ଅନନ୍ୟା ପାଣ୍ଡେଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଲାଇଗର୍‌’ର ପ୍ରଥମ ଗୀତ ‘ଅକଡି ପକଡି’ ରିଲିଜ୍‌ ହୋଇଛି। ପ୍ରଥମ ଗୀତରେ ବିଜୟ ଏବଂ ଅନନ୍ୟାଙ୍କ କେମେଷ୍ଟ୍ରି ମଧ୍ୟ ଦେଖିବାକୁ ମିଳୁଛି । ଯାହାକୁ ଦେଖିବା ପରେ ଦର୍ଶକ ବହୁତ ପସନ୍ଦ କରିଛନ୍ତି। ଗୀତର ଭିଡିଓ ରିଲିଜ୍‌ ହେବା ମାତ୍ରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାପୂର୍ବରୁ ଫିଲ୍ମର ଏହି ପ୍ରଥମ ଗୀତର ଟିଜର ଜୁଲାଇ ୮ରେ ମୁକ୍ତିଲାଭ କରିଥିଲା। ଯାହା ପରେ ଦର୍ଶକ ଏହି ଗୀତର ରିଲିଜ୍‌କୁ ଅପେକ୍ଷା କରିଥିଲେ। ଭିଡିଓ ଦେଖିବା ପରେ ଦର୍ଶକ କମେଣ୍ଟ ଦେବାରେ ଲାଗିଛନ୍ତି। ଜଣେ ୟୁଜର ଉପରେ କମେଣ୍ଟ ଦେଇ ଲେଖିଛନ୍ତି, ’ବିଜୟ ଦେବରାକୋଣ୍ଡା ଜଣେ ଦକ୍ଷ ଏବଂ ଦୟାଳୁ ମଧ୍ୟ । ଏଥି ସହିତ ଅନ୍ୟ ଜଣେ ଲେଖିଛନ୍ତି,‘ ଏହି ଫିଲ୍ମ ସବୁଠୁ ହିଟ ହେବ।

Share