‘ଶମ୍‌ଶେରା’ର ଟ୍ରେଲର ରିଲିଜ୍‌ ପରେ ବଢୁଛି ଉତ୍ସାହ

ବଲିଉଡ୍‌ର ବହୁ ପ୍ରତୀକ୍ଷିତ ଫିଲ୍ମ‘ଶମ୍‌ଶେରା’ ଶୁକ୍ରବାର ରିଲିଜ୍‌ ହୋଇଯାଇଛି। ଯାହାକୁ ଦେଖିବା ପରେ ଦର୍ଶକଙ୍କର ଉତ୍ସାହ ବଢିବାରେ ଲାଗିଛି। ଫିଲ୍ମରେ ଅଭିନେତା ରଣବୀର କପୁର, ବାଣୀ କପୁର, ସଞ୍ଜୟ ଦତ୍ତଙ୍କୁ ଦର୍ଶକ ଦେଖିବାକୁ ପାଇବେ। ଏହାରି ଭିତରେ ଫିଲ୍ମରେ ରଣବୀର ଡବଲ ରୋଲ କରୁଥିବା ଜଣାପଡିଛି। ଉଭୟ ଚରିତ୍ର ଲାଗି ରଣବୀର ବହୁତ ପରିଶ୍ରମ କରିଛନ୍ତି। କରଣ ମାଲହୋତ୍ରା ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମଟି ହିନ୍ଦୀ ବ୍ୟତିତ ତାମିଲ ଏବଂ ତେଲୁଗୁ ଭାଷାରେ ମଧ୍ୟ ମୁକ୍ତିଲାଭ କରିବ। କରୋନା ଯୋଗୁ ଫିଲ୍ମ ରିଲିଜ୍‌ରେ ବିଳମ୍ବ ହୋଇଛି।

Share