‘ହିରୋପନ୍ତି-୨’ର ଟ୍ରେଲର ରିଲିଜ୍‌

ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫଙ୍କ ଆଗାମୀ ଫିଲ୍ମ ‘ହିରୋପନ୍ତି-୨’ର ଟ୍ରେଲର ରିଲିଜ୍‌ ହୋଇଛି । ତବେ ଏହି ଫିଲ୍ମଟି ୨୯ ଏପ୍ରିଲ୨୦୨୨ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।
ଟାଇଗରଙ୍କ ସହ ତାରା ସୁତରିଆ ଏହି ଫିଲ୍ମରେ ନଜର ଆସିବେ। ସେପଟେ ନୱାଜୁଦ୍ଦିନ ସିଦ୍ଦିକି ଭିଲେନ ଭୂମିକାରେ ନଜର ଆସିବେ। ରିଲିଜ୍‌ ହୋିଥିବା ଟ୍ରେଲରରେ ସେ ଟାଇଗର ଶ୍ରଫଙ୍କୁ ଏକ ଜବରଦସ୍ତ ଟକ୍କର ଦେଉଥିବାର ନଜର ଆସିଛନ୍ତି। ଫିଲ୍ମରେ ନୱାଜଙ୍କ ନାମ ଲୈଲା ଏବଂ ଟାଇଗରର ନାମ ବବଲୁ ହୋଇଛି। ଏଥି ସହିତ ତାରାଙ୍କ ଚରିତ୍ରର ନାମ ହେଉଛି ଇନାୟା । ଏହି ଫିଲ୍ମକୁ ଅହମ୍ମଦ ଖାନ ନିର୍ଦ୍ଦେଶନା ଦେଇଛନ୍ତି।

Share