ଫିଲ୍ମ ‘ଅତରଙ୍ଗି ରେ’ର ଟ୍ରେଲର ରିଲିଜ୍‌

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ଏବଂ ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ଅଭିନୀତ ଫିଲ୍ମ ‘ଅତରଙ୍ଗି ରେ’ର ଟ୍ରେଲର ରିଲିଜ୍‌ ହୋଇଯାଇଛି। ତେବେ ଏହି ଯୋଡିଙ୍କୁ ପ୍ରଥମ ଥର ପାଇଁ ଦର୍ଶକ ଦେଖିବାକୁ ପାଇବେ। ମଙ୍ଗଳବାର ଦିନ ଏହି ଫିଲ୍ମର ମୋସନ ପୋଷ୍ଟର ରିଲିଜ୍‌ କରାଯାଇଥିଲା।

ଏହି ଫିଲ୍ମକୁ ଆନନ୍ଦ ଏଲ ରାୟ ନିର୍ଦ୍ଦେଶନା ଦେଇଛନ୍ତି। ଏଥିରେ ସାରା ଏକଦମ ଭିନ୍ନ ଅନ୍ଦାଜରେ ନଜର ଆସିବେ। ୨୪ ଡିସେମ୍ବର ଓଟିଟି ପ୍ଲାଟଫର୍ମ ଡିଜନି ପ୍ଲସ ହଟଷ୍ଟାରରେ ଏହି ଫିଲ୍ମଟି ରିଲିଜ୍‌ ହେବାକୁ ଯାଉଛି । ତେବେ ଏହାର ଟ୍ରେଲର ରିଲିଜ୍‌ ହେବା ସଙ୍ଗେସଙ୍ଗେ ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିବା ସହିତ ଫିଲ୍ମର ସମ୍ପୂର୍ଣ୍ଣ କାହାଣୀ ଦେଖିବା ପାଇଁ ଉତ୍ସାହର ସହ ଚାହିଁ ରହିଛନ୍ତି।

Share