ଭୁବନେଶ୍ୱର,୧୯।୧(ବ୍ୟୁରୋ): ରାଜଧାନୀରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୧ନଂ ପରିବା ହାଟକୁ ସ୍ଥାନାନ୍ତର କରାଯାଇଛି। ବୁଧବାରଠାରୁ ଏହି ହାଟ ୟୁନିଟ-୧ ହାଇସ୍କୁଲ ପଡ଼ିଆରେ ବସିଛି। ପୂର୍ବ ଭଳି କଟକଣା ମାନି ଦୋକାନୀମାନଙ୍କୁ ବେପାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ପ୍ରତି ଦୋକାନ ମଧ୍ୟରେ ୬ ଫୁଟ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି। ତେବେ ଉକ୍ତ ପଡ଼ିଆରେ ଜାଗା ଅଭାବ ଥିବାରୁ କିଛି ବେପାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।