ପୂରଣ ହୋଇପାରେ ବାକି ୬ ମନ୍ତ୍ରୀ ପଦ

ଭୁବନେଶ୍ୱର, ୧୫।୬(ସୁନିତ୍‌ ମିଶ୍ର): ରାଜ୍ୟରେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇସାରିବା ପରେ ଗତ ୧୨ ତାରିଖରେ ମୋହନ ଚରଣ ମାଝୀଙ୍କ ସରକାର ଶପଥ ଗ୍ରହଣ କରିଛି। ଏହି ଅବସରରେ ମୋହନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ତାଙ୍କ ସହ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ, ୮ କ୍ୟାବିନେଟ୍‌ ମନ୍ତ୍ରୀ ଓ ୫ ସ୍ବାଧୀନ ରାଷ୍ଟ୍ର ମନ୍ତ୍ରୀ ଶପଥ ନେଇଛନ୍ତି। ତେବେ ମନ୍ତ୍ରିମଣ୍ଡଳରେ ମୋଟ୍‌ ୧୩ଟି ଜିଲାକୁ ପ୍ରାଧାନ୍ୟ ଦିଆଯାଇଛି। ନିୟମାନୁଯାୟୀ ଆଉ ୬ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରିବ। ମନ୍ତ୍ରୀପଦ ବଣ୍ଟନରେ ୧୭ ଜିଲାକୁ ବାଦ୍‌ ଦିଆଯାଇଛି। ମାତ୍ର ୬ଟି ମନ୍ତ୍ରୀ ପଦ ବାକି ରହିଥିବାବେଳେ ୧୭ ଜିଲା ମଧ୍ୟରେ ବଣ୍ଟନ କରିବା ଏବେ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହେବ।
ବଲାଙ୍ଗୀର, ପୁରୀ, ଝାରସୁଗୁଡା, ସମ୍ବଲପୁର, ଗଞ୍ଜାମ, କୋରାପୁଟ, ଖୋର୍ଦ୍ଧା, ଢେଙ୍କାନାଳ, ଜଗତ୍‌ସିଂହପୁର, ଯାଜପୁର, ଭଦ୍ରକ ଓ ମୟୂରଭଞ୍ଜ ଜିଲାର ପ୍ରତିନିଧି ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ହେଲେ ବାକି ଅନୁଗୋଳ, ବାଲେଶ୍ୱର, ବରଗଡ, ବୌଦ୍ଧ, କଟକ, ଦେବଗଡ, ଗଜପତି, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡା, ମାଲକାନଗିରି, ନୂଆପଡା, ନୟାଗଡ, ନବରଙ୍ଗପୁର, ରାୟଗଡା, ସୁବର୍ଣ୍ଣପୁର ଏବଂ ସୁନ୍ଦରଗଡ ଜିଲାରୁ କାହାରିକୁ ମନ୍ତ୍ରୀ ପଦ ମିଳିନାହିଁ। ଅନ୍ୟପଟେ ବଲାଙ୍ଗୀର, ମୟୂରଭଞ୍ଜ, ଓ ଗଞ୍ଜାମ ଜିଲାକୁ ଦୁଇଟି ଲେଖାଏ ମନ୍ତ୍ରୀ ପଦ ମିଳିଛି। ବିଧାନସଭାର ଆସନ ସଂଖ୍ୟା ଅନୁଯାୟୀ ଭାଜପା ସରକାର ଆଉ ୬ଟି ମନ୍ତ୍ରୀ ପଦ ଖାଲି ରଖିଛନ୍ତି। ପରବର୍ତ୍ତୀ ସମୟରେ ମନ୍ତ୍ରିମଣ୍ଡଳରେ ଆଉ କେତେଜଣଙ୍କୁ ସାମିଲ କରାଯାଇପାରେ ବୋଲି ଶୁଣିବାକୁ ମିଳୁଛି। ଦଳ ଭିତରେ କେତେଜଣ ନେତା ମନ୍ତ୍ରିମଣ୍ଡଳରେ ସାମିଲ ହୋଇ ନ ପାରିଥିବାରୁ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଣ୍ଟାବାଞ୍ଜି ଆସନରୁ ହରାଇ ପ୍ରଥମ ଥର ବିଧାୟକ ହୋଇଥିବା ଲକ୍ଷ୍ମଣ ବାଗ୍‌ ଶପଥ ଗ୍ରହଣ ଉତ୍ସବରେ ଅଧାରୁ ଉଠି ପଳାଇଯାଇଥିବା ଚର୍ଚ୍ଚା ହେଉଛି। ସେହିପରି ବରିଷ୍ଠ ନେତା ଜୟନାରାୟଣ ମିଶ୍ର ମଧ୍ୟ ଶପଥ ଗ୍ରହଣ ଉତ୍ସବ କାର୍ଯ୍ୟକ୍ରମ ଦିନ ଉପସ୍ଥିତ ନ ଥିଲେ। ତେଣୁ ଜୟନାରାୟଣଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ କରା ନ ଯିବା କଥାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଲାଗି ରହିଛି। ତେଣୁ ତାଙ୍କୁ ମଧ୍ୟ ବାକିଥିବା ଆସନ ଭିତରେ ସାମିଲ କରାଯିବାର ସମ୍ଭାବନା ରହିଛି। ସେହିପରି ରାଜ୍ୟର ୧୩ ଜିଲାରୁ ହିଁ ବିଜୟୀ ହୋଇ ଆସିଥିବା ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି। ତେଣୁ ବାକିଥିବା ୬ ଆସନ ଏବଂ ବିଭାଗ ବଣ୍ଟନ କାର୍ଯ୍ୟ ଶେଷ ହେବାପରେ ଯାଇ ଦଳ ଆଉ କିଛି ପଦବୀକୁ ନେଇ କାର୍ଯ୍ୟକ୍ରମ ଆରମ୍ଭ କରିବ ବୋଲି କୁହାଯାଉଛି। ସରକାରୀ ଦଳ ମୁଖ୍ୟ ସଚେତକ ଏବଂ ଉପ ମୁଖ୍ୟ ସଚେତକ ପଦବୀ ମଧ୍ୟ ବହୁ ଗୁରୁତ୍ୱ ବହନ କରିଥାଏ। ତେଣୁ ଏହି ଦୁଇ ପଦବୀକୁ ନେଇ ମଧ୍ୟ ଆଲୋଚନା ଜୋର ଧରିଛି।
ବିଧାନସଭା ବାଚସ୍ପତି କିଏ ହେବେ ତାହାକୁ ନେଇ ଚର୍ଚ୍ଚା ଚାଲିଛି। ଏହି ସାମ୍ବିଧାନିକ ପଦବୀରେ ଦଳ ଜଣେ ଅନୁଭବୀ ନେତାଙ୍କୁ ବସାଇବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ବାଚସ୍ପତି ପଦରେ ଜଣେ ମହିଳାଙ୍କୁ ଦଳ ଅବସ୍ଥାପିତ କରିପାରେ ବୋଲି କୁହାଯାଉଥିବା ବେଳେ ଏହି ଦୌଡ଼ରେ ରଣପୁର ବିଧାନସଭା ଆସନରୁ ବିଜୟୀ ହୋଇଥିବା ସୁରମା ପାଢ଼ୀଙ୍କ ନାମ ସବୁଠାରୁ ଆଗରେ ରହିଛି। ସୁରମା ରଣପୁର ଆସନରେ ପୂର୍ବରୁ ଥରେ ବିଧାୟକ ରହିସାରିଥିବା ବେଳେ ମେଣ୍ଟ ସରକାର ସମୟରେ ମନ୍ତ୍ରୀ ମଧ୍ୟ ଥିଲେ। ଏହାସହ ସେ ଦଳର ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହିସାରିଛନ୍ତି। ତେଣୁ ଅଭିଜ୍ଞତା ଦୃଷ୍ଟିରୁ ଏବଂ ଏହି ପଦ ଲାଗି ମହିଳା ଚେହେରା କଥା ଚିନ୍ତା କଲେ ଦଳ ସୁରମାଙ୍କୁ ଗୁରୁତ୍ୱ ଦେଇପାରେ। ଅନ୍ୟପଟେ ବରିଷ୍ଠ ନେତା ଜୟନାରାୟଣଙ୍କର ମଧ୍ୟ ବିଧାନସଭାରେ ବହୁତ ଅଭିଜ୍ଞତା ରହିଛି। ତେଣୁ ଦଳ ତାଙ୍କୁ ଯେ ବାଚସ୍ପତି ଆସନରେ ନ ବସାଇବ ସେକଥା ମଧ୍ୟ କୁହାଯାଇ ନ ପାରେ। ତେଣୁ ଭାଜପା ପକ୍ଷରୁ କେଉଁ ପଦବୀରେ କାହାକୁ ଦାୟିତ୍ୱ ପ୍ରଦାନ କରାଯିବ, ସେନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆଲୋଚନା ଜୋର ଧରିଥିବା ବେଳେ କିଛିଦିନ ମଧ୍ୟରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ଭାଜପାର ଜଣେ ବରିଷ୍ଠ ନେତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri