ସରିଲା ମରାମତି, ଗଡ଼ିଲା ଟ୍ରେନ୍‌

ସରିଲା ମରାମତି, ଗଡ଼ିଲା ଟ୍ରେନ୍‌ବାଲେଶ୍ୱର ଅଫିସ,୫ା୬: ଦୀର୍ଘ ୫୧ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ବାହାନଗା ଷ୍ଟେଶନରେ ଗଡ଼ିଚି ଟ୍ରେନ୍‌। ଉଭୟ ଅପ୍‌ ଏବଂ ଡାଉନ ଲାଇନ୍‌ରେ ପରୀକ୍ଷାମୂଳକ ଭାବେ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଛି। ଉଭୟ ଟ୍ରାକ୍‌ରେ ରବିବାର ରାତିରେ ମାଲବାହୀ ଟ୍ରେନ୍‌ ଚଳାଚଳ କରିଥିବା ବେଳେ ସୋମବାର ସକାଳେ କିଛି ପାସେଞ୍ଜର ଟ୍ରେନ ମଧ୍ୟ ଚଳାଚଳ କରିଛି।

ଯୁଦ୍ଧକାଳୀନ ଭିତ୍ତିରେ ଟ୍ରାକ୍‌ ମରାମତି ସାରିଥିବାରୁ ରେଳବାଇ କର୍ମଚାରୀ ଓ ଶ୍ରମିକମାନଙ୍କୁ ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଧନ୍ୟବାଦ ଜଣାଇଛନ୍ତି। ସମସ୍ତଙ୍କ କଠିନ ପରିଶ୍ରମ ଯୋଗୁ ଏହା ସଫଳ ହୋଇପାରିଲା ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଏତେବଡ଼ ଭୟଙ୍କର ଦୁର୍ଘଟଣା ପଛରେ ଯାହାର ବି ହାତ ରହିଛି ତାଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି ସେ କହିଛନ୍ତି।

Share