Categories: ଜାତୀୟ

ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୪।୬: ରେପୋ ଓ ରିଭର୍ସ ରେପୋ ରେଟକୁ ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ଲଗାତର ଷଷ୍ଠଥର ପାଇଁ ଏହି ନିଷ୍ପତ୍ତି ନେଇଛି ଆରବିଆଇ। ଏପ୍ରିଲ-ଜୁନ ତ୍ରୈମାସିକ ସମୀକ୍ଷା ପରେ ରେପୋ ରେଟ ୪ ପ୍ରତିଶତ ଓ ରିଭର୍ସ ରେପୋ ରେଟକୁ ୩.୩୫ ପ୍ରତିଶତରେ ଅପରିବର୍ତ୍ତିତ ରଖାଯାଇଛି। ଏନେଇ ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାଶ ସୂଚନା ଦେଇଛନ୍ତି। ତେବେ କରୋନା ଦ୍ୱିତୀୟ ଲହର କାରଣରୁ ଆର୍ଥିକ ମାନ୍ଦାବସ୍ଥା ଫଳରେ ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶର ଡିଜିପି ଅଭିବୃଦ୍ଧି ଆକଳନକୁ କମାଇ ଦେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ପୂର୍ବରୁ ଏହା ୧୦.୫ ପ୍ରତିଶତ ରହିବ ବୋଲି ଆରବିଆଇ ଆକଳନ କରିଥିବାବେଳେ ଏବେ ଏହାକୁ ୯.୫ ପ୍ରତିଶତକୁ କମାଇ ଦେଇଛି।

Share