ବୁଗୁଡ଼ା,୧୨ା୭(ଡି.ଏନ୍.ଏ.)-ବୁଗୁଡ଼ା ବ୍ଲକ ପାଣିକେଶର ଗ୍ରାମର ବସନ୍ତ ନାୟକ (୪୨)ଙ୍କ ମୃତ୍ୟୁ ପରେ ରବିବାର ସ୍ବାବ୍ ରିପୋର୍ଟ ପଜିଟିଭ ଆସିଛି। ତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିବା ବ୍ୟକ୍ତିଙ୍କୁ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭଗବାନପୁର ସରପଞ୍ଚ ସସ୍ମିତା ପ୍ରଧାନ ରବିବାର ଠାରୁ ୭ଦିନ ପର୍ଯ୍ୟନ୍ତ ପାଣିକେଶର ଗ୍ରାମକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି। ବସନ୍ତ ବ୍ରହ୍ମପୁରସ୍ଥିତ ଶ୍ରୀରାମନଗର ଜଗନ୍ନାଥ ବିହାରରେ ରୁହନ୍ତି। ଜ୍ୱର ହେବାରୁ ଶୁକ୍ରବାର ବ୍ରହ୍ମପୁର ସିଟି ହସ୍ପିଟାଲରେ ଓ ପରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ନିଆଯାଇଥିଲା। ସେଠାରେ ଶନିବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା। ଅପରାହ୍ନରେ ପାଣିକେଶରରେ ମୃତଦେହ ସଂସ୍କାର ପରେ ରବିବାର ରିପୋର୍ଟ ପଜିଟିଭ ଥିବା ଜଣାପଡ଼ିଥିଲା। ପ୍ରଶାସନ ଗଁାକୁ ନିଷିଦ୍ଧାଞ୍ଚଳ ଘୋଷଣା ସହ ଶବବାହକଙ୍କୁ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦେଇଛି।