ସରିଲା ଉଦ୍ଧାର କାର୍ଯ୍ୟ, ଗଡ଼ିବ ଟ୍ରେନ୍‌

ଭୁବନେଶ୍ୱର,୩୦ା୧୦: ଆନ୍ଧ୍ର-ଓଡ଼ିଶା ସୀମାରେ ରବିବାର ରାତିରେ ଘଟିଥିବା ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣା ପରେ ସୋମବାର ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଏଥିସହ ମରାମତି କାମ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଉ କିଛିଘଣ୍ଟା ମଧ୍ୟରେ ଏହି ଟ୍ରାକ୍‌ ଦେଇ ରେଳ ଚଳାଚଳ ସ୍ବାଭାବିକ ହେବ ବୋଲି ପୂର୍ବତଟ ରେଳବାଇର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ବିଶ୍ୱଜିତ୍‌ ସାହୁ କହିଛନ୍ତି।

ସେ କହିଛନ୍ତି, ଦୁର୍ଘଟଣାରେ ଫସିଥିବା ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟ କୌଣସି ବ୍ୟକ୍ତି ବଗି ତଳେ କେହି ନାହାନ୍ତି। ବର୍ତ୍ତମାନ ସୁଦ୍ଧା ୪୫ଟି ଟ୍ରେନ୍‌ ବାତିଲ କରାଯାଇଥିବା ବେଳେ ୪୧ଟି ଟ୍ରେନ୍‌କୁ ଆଂଶିକ ବାତିଲ କରାଯାଇଛି ଓ ରୁଟ୍‌ ପରିବର୍ତ୍ତନ ହୋଇଛି। ୪ଟି ଟ୍ରେନ୍‌ ରିସିଡ୍ୟୁଲ୍‌ ହୋଇଛି।

Share