କପିଳାସ ଚିଡିଆଖାନାକୁ ଗଲା ଉଦ୍ଧାର ହାତୀ ଛୁଆ

ବ୍ରହ୍ମପୁର ଅଫିସ,୩୧ା୧୨-ଗଞ୍ଜାମ ଜିଲା ଚିକିଟି ବ୍ଲକ ବାହୁଦା ନଦୀ ତଟ ଚିଙ୍ଗୁଡ଼ି ଘେର ଜାଲରେ ଫସିଯାଇଥିବା ହାତୀ ଛୁଆକୁ ମଙ୍ଗଳବାର ସ୍ଥାନୀୟ ଲୋକେ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ। ଉଦ୍ଧାର ହାତୀ ଛୁଆକୁ ଗୁରୁବାର କପିଳାସ ଚିଡିଆଖାନାକୁ ପଠାଯାଇଛି ବୋଲି ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକ ସୂଚନା ଦେଇଛନ୍ତି। ଛୁଆ ହାତୀଟି ପୁରୁଷ ହୋଉଥିବା ବେଳେ ତାର ବୟସ ୫/୬ ମାସ ହୋଇଥିବା ଅନୁମାନ କରାଯାଉଛି ବୋଲି ସେ କହିଛନ୍ତି। ବର୍ତ୍ତମାନ ହାତୀ ଛୁଆଟି ସୁସ୍ଥ ରହିଛି, ଡାକ୍ତରଙ୍କ ପରାମର୍ଶ ଅନୁସାରେ ତାକୁ ଶିଶୁ ଖାଦ୍ୟ ଦିଆଯାଉଛି।

ଗଜପତି ଜିଲା ଲଖାରୀ ଜଙ୍ଗଲରୁ ଦକ୍ଷିଣ ଘୁମୁସର ଦେଇ ଗଞ୍ଜାମ ଜିଲାର ବ୍ରହ୍ମପୁର ବନାଞ୍ଚଳକୁ ଗତ ନଭେମ୍ବର ମାସରୁ ଆସିଥିବା ୧୫ ହାତୀ ଥିବା ପଲ ଜଙ୍ଗଲରେ ରହି ଧାନ ଫସଲ ଖାଉଥିଲେ। ଗତ ମଙ୍ଗଳବାର ଏହି ହାତୀ ପଲ ଖାଦ୍ୟ ଅନ୍ବେଷଣରେ ବାହୁଦା ନଦୀ ଦେଇ ଯାଉଥିବା ବେଳେ ଦଳରେ ଥିବା ଏକ ଛୁଆ ହାତୀ ମାଛ ଧରା ଜାଲରେ ଲାଗିଯାଇଥିଲା। ସ୍ଥାନୀୟ ଲୋକେ ହାତୀ ଛୁଆଟିକୁ ଉଦ୍ଧାର କରିଥିଲେ ମଧ୍ୟ ହାତୀ ପଲ ଉକ୍ତ ଛୁଆଟିକୁ ତାଙ୍କ ଦଳରେ ସାମିଲ କରି ନ ଥିଲେ। ଛୁଆ ହାତୀଟିକୁ ବନ ବିଭାଗ ହାତୀପଲରେ ଛାଡିବା ପାଇଁ ବାରମ୍ବାର ଉଦ୍ୟମ କରିଥିଲେ ମଧ୍ୟ ହାତୀମାନେ ଦଳରୁ ଅଲଗା ହୋଇଯାଇଥିବା ଛୁଆଟିକୁ ଗ୍ରହଣ ନ କରି ଜଙ୍ଗଲ ଭିତରକୁ ପଳାଇ ଯାଇଥିଲେ। ଫଳରେ ଉଦ୍ଧାର ହାତୀ ଛୁଆଟିକୁ ବନ ବିଭାଗ ଟାମଣା ରେଞ୍ଜରେ ରଖି ତାର ଯତ୍ନ ନେଇଥିଲା ବୋଲି ଡିଏଫଓ ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା: ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି

ଭଞ୍ଜନଗର,୨୬।୪(ବାବୁଲା ପ୍ରଧାନ): ଜମ୍ମୁ କଶ୍ମୀରର ପହଲଗାମଠାରେ ଆତଙ୍କବାଦୀମାନେ ଅତି ନିର୍ମମ ଭାବେ ୨୬ ଜଣ ପର୍ଯ୍ୟଟକଙ୍କୁ ହତ୍ୟା କରିଥିଲେ। ଏବେବି ଅନେକ ଆହତ ସେନା ହସ୍ପିଟାଲରେ...

ଏଇ ଭାରତରେ

ମହାରାଷ୍ଟ୍ରର ଏକ ଛୋଟ ଗାଁ ମାନ୍ୟାଚିଓ୍ବାଡ଼ି। ଏହାର ଲୋକସଂଖ୍ୟା ୪୨୦। ଏହି ଗାଁ ଏବେ ସମ୍ପୂର୍ଣ୍ଣ ସୌରଶକ୍ତିର ଗାଁ ହୋଇଯାଇଛି। ମାନ୍ୟାଚିଓ୍ବାଡ଼ିରେ ସ୍ବୟଂ ସହାୟିକା ଗୋଷ୍ଠୀ...

ମେଦବହୁଳତା ଚିକିତ୍ସାରେ ବୈଜ୍ଞାନିକ ପଦ୍ଧତି

ନ୍ୟାଶନାଲ ଫାମିଲି ହେଲ୍‌ଥ ସର୍ଭେ-୫ (୨୦୨୨) ଅନୁଯାୟୀ, ବର୍ତ୍ତମାନ ଭାରତରେ ୨୩% ନାରୀ ଓ ୨୨.୧% ପୁରୁଷ ବିଏମ୍‌ଆଇ ଅନୁଯାୟୀ ଅଧିକ ଓଜନ ବିଶିଷ୍ଟ। ପେଟର...

କଳା-ଗୋରା କାହାଣୀ

ଗତ ନବେ ଦଶକରେ ମୋର ବିବାହ ପାଇଁ କନ୍ୟା ଖୋଜା ହେଉଥିବା ବେଳେ ମୋ ବୋଉର ଗୋଟିଏ ମାତ୍ର ସର୍ତ୍ତ ଥିଲା ଯେ, ବୋହୂଟି ଗୋରୀ...

Dillip Cherian

ସ୍ବଚ୍ଛତା ନାହିଁ

ନିକଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ କାର୍ଯ୍ୟରତ ଦୁଇ ବରିଷ୍ଠ ଆଇପିଏସ୍‌ ଅଧିକାରୀ ସୋନିଆ ନାରଙ୍ଗ ଓ ଅଭିଷେକ ଗୋଏଲଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ଏମାନେ ସେଣ୍ଟ୍ରାଲ ଡେପୁଟେଶନରେ...

Pahalgam Terror Attack: LoCରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ମୁହଁତୋଡ ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୨୬।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ଯୋଗୁ ସମଗ୍ର ଦେଶରେ କ୍ରୋଧର ପରିବେଶ ରହିଛି। ଏହି ଘଟଣା ପରଠାରୁ ପାକିସ୍ତାନୀ ସେନା ନିୟନ୍ତ୍ରଣ ରେଖା ଉପରେ ଗୁଳି...

ପହଲଗାମ୍‌ରେ ଆକ୍ରମଣ ପରେ ଉପକୂଳରେ ହାଇ ଆଲର୍ଟ

ମହାକାଳପଡ଼ା, ୨୬ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): ଦେଶର ଜମ୍ମୁ-କଶ୍ମୀର ପହଲଗାମ୍‌ରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ନିରୀହ ପର୍ଯ୍ୟଟକମାନଙ୍କ ଉପରେ ବର୍ବରୋଚିତ ଭାବେ ଆକ୍ରମଣକୁ ଦେଶବାସୀ ଘୋର ନିନ୍ଦା...

ସିନ୍ଧୁ ନଦୀରେ ବହିବ ଆମ ପାଣି, ନଚେତ୍‌ ଭାରତୀୟଙ୍କ ରକ୍ତ: ଭାରତକୁ ଧମକ ଦେଲେ ବିଲୱାଲ ଭୁଟ୍ଟୋ

ଇସଲାମାବାଦ୍‌,୨୬।୪:ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ଦ୍ୱାରା ହୋଇଥିବା ବର୍ବର ଆକ୍ରମଣରେ ୨୭ ଜଣ ନିରୀହ ନାଗରିକଙ୍କ ପ୍ରାଣହାନି ପରେ ଭାରତ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image