ବାର୍ଥ ଡେ ପାର୍ଟି ବେଳେ ରେଷ୍ଟୁରାଣ୍ଟ ଭୁଶୁଡ଼ିଲା: ୨୯ ମୃତ

ବେଜିଂ,୩୦ା୮(ପି.ଟି.)- ଚାଇନାର ଶାଞ୍ଜି ପ୍ରଦେଶରେ ଏକ ରେଷ୍ଟୁରାଷ୍ଟ ଭୁଶୁଡ଼ିପଡ଼ିବାରୁ ୨୯ ଜଣଙ୍କ ମୃତ୍ୟୁ ଘଟିଛି। ଜିଆଙ୍ଗଫେନ୍‌ କାଉଣ୍ଟିସ୍ଥିତ ଚେନଝୁଆଙ୍ଗ ଗ୍ରାମର ଜୁଜିଆନ୍‌ ରେଷ୍ଟୁରାଷ୍ଟରେ ଶନିବାର ସକାଳେ ଜଣେ ୮୦ ବର୍ଷୀୟ ବ୍ୟକ୍ତିଙ୍କ ଜନ୍ମଦିନ ପାର୍ଟି ଚାଲିଥିବାବେଳେ ଏହି ଅଭାବନୀୟ ଘଟଣା ଘଟିଛି। ୨ ମହଲା ବିଶିଷ୍ଟ ରେଷ୍ଟୁରାଷ୍ଟ ହଠାତ୍‌ ଭୁଶୁଡ଼ିପଡ଼ିବାରୁ ସେଠାରେ ୫୭ ଜଣ ଚାପିହୋଇଯାଇଥିଲେ। ରବିବାର ସକାଳ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ସେମାନଙ୍କ ମଧ୍ୟରୁ ୨୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୮ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜରୁରୀ ପରିଚାଳନା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ରେଷ୍ଟୁରାଣ୍ଟ ଭୁଶୁଡ଼ିବାର କାରଣ ଜଣାପଡ଼ିନାହିଁ।

Share