କାଲି ପ୍ରକାଶ ପାଇବ ମାଦ୍ରାସା ବୋର୍ଡ ପରୀକ୍ଷାଫଳ

ଭୁବନେଶ୍ୱର,୧୮।୮(ବ୍ୟୁରୋ): ଓଡ଼ିଶା ମାଦ୍ରାସା ବୋର୍ଡ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇବ। ଏ ନେଇ ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି। ପରୀକ୍ଷାଫଳ ପ୍ରକାଶ ନେଇ ପ୍ରସ୍ତୁତି ଶେଷ ହୋଇଛି। ଓଡ଼ିଶା ମାଦ୍ରାସା ବୋର୍ଡ ଅଧୀନରେ ପରୀକ୍ଷା ଦେଇଥିବା ମାଟ୍ରିକ୍‌ଠାରୁ ଆରମ୍ଭ କରି ପିଜି ପର୍ଯ୍ୟନ୍ତ୍ୟ ଛାତ୍ରୀଛାତ୍ରଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବ।

ସୂଚନାଯୋଗ୍ୟ, ଏଥିରେ ମୌଲବୀ (ମାଟ୍ରିକ୍‌), ମାହିର(ଯୁକ୍ତ ଦୁଇ), ଆଲିମ୍‌ (ଯୁକ୍ତ ତିନି), ଫାଜିଲ୍‌ (ପି.ଜି.) ପାଠ୍ୟକ୍ରମର ଫଳ ପ୍ରକାଶ ପାଇବ ବୋଲି ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ସୂଚନା ଦେଇଛନ୍ତି।

Share