ବାହାରିଲା ମାଟ୍ରିକ ପରୀକ୍ଷା ଫଳ: ପାସ୍‌ ହାର ୭୮.୭୬ ପ୍ରତିଶତ

ଭୁବନେଶ୍ୱର, ୨୯।୭(ବ୍ୟୁରୋ): ଚଳିତବର୍ଷ ମାଟ୍ରିକ ପରୀକ୍ଷାଫଳ ବୁଧବାର ସକାଳ ୧୧ଟାରେ ପ୍ରକାଶ ପାଇଛି। ଚଳିତବର୍ଷ ମାଟ୍ରିକ ପାସ୍‌ ହାର ୭୮.୭୬% ରହିଛି। ପୁଅଙ୍କ ତୁଳନାରେ ଝିଅମାନେ ଏଥର ବାଜିମାତ୍‌ କରିଛନ୍ତି। ଏ ନେଇ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ବୋର୍ଡର ୨ଟି ୱେବ୍ସାଇଟ୍ରେ ରେଜଲ୍ଟ ଉପଲବ୍ଧ ହୋଇଛି। ଏହି ୱେବ୍ସାଇଟ ହେଲା www.bseodisha.ac.in ଏବଂ www.bseodisha.nic.in। ଏଥିସହ ୫୬୭୬୭୫୦ରେ ଏସଏମଏସ କରିଲେ ମଧ୍ୟ ରେଜଲ୍ଟ ମିଳିପାରିବ। ଫଳ ପ୍ରକାଶନଠାରୁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ (ସକାଳ ୧୧ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ) ଏହି କଣ୍ଟ୍ରୋଲ ରୁମ ଖୋଲା ରହିବ। ୦୬୭୧-୨୪୧୨୦୫୯ ଏବଂ ୦୬୭୧-୨୪୧୨୦୬୦ ଟେଲିଫୋନ ନମ୍ବରରେ ଛାତ୍ରୀଛାତ୍ର ଓ ଅଭିଭାବକମାନେ ଉକ୍ତ ସମୟ ମଧ୍ୟରେ ଯୋଗାଯୋଗ କରିପାରିବେ।

ଏଥର ମୋଟ ୫,୩୪,୮୪୩ଜଣ ଛାତ୍ରୀଛାତ୍ର ପରିକ୍ଷା ଦେଇଥିବା ବେଳେ୪, ୨୧,୨୫୬ଜଣ ପାସ୍‌ କରିଛନ୍ତି। ଏ୧ ଗ୍ରେଡ୍‌ରେ ୧,୨୭୯ଜଣ ପାସ୍‌ କରିଥିବା ବେଳେ ଏ୨ ଗ୍ରେଡ୍‌ରେ ୮,୪୫୮, ବି୧-୧୮,୧୮୮, ବି୨-୩୨,୩୨୮, ସି ୪୯,୧୫୩, ଡି-୮୯,୫୫୬, ଇ- ୨୨,୩୧୯୫ ଜଣ ପାସ୍‌ କରିଛନ୍ତି।
ଗତ ବର୍ଷ ୮୨ଟି ସ୍କୁଲରେ ରେଜଲ୍ଟ ଶୂନ ଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟା ୩୧କୁ ଖସି ଆସିଥିବା ମନ୍ତ୍ରୀ ଗଣାମାଧ୍ୟମକୁ କହିଛନ୍ତି। ସେହିପରି ଛାତ୍ରୀମାନଙ୍କ ପାସ୍‌ ହାର ଛାତ୍ରମାନଙ୍କ ଅପେକ୍ଷା ଅଧିକ ରହିଛି। ୨୧୫୩୬୭ ଛାତ୍ରୀ ପାସ୍‌ କରିଥିବା ବେଳେ ୧୯୨୫୦୧ ଛାତ୍ର ପାସ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରେ ମାଛ ଧରୁଥିବାବେଳେ ଭାସିଗଲେ ୬ ମତ୍ସ୍ୟଜୀବୀ: ୫ ଜଣ ଉଦ୍ଧାର, ଜଣେ ନିଖୋଜ

ମହାକାଳପଡ଼ା,୧ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ରାମନଗର ପଞ୍ଚାୟତ ବନ୍ତନାଶି-ମହାନଦୀ ମୁହାଣ ମାଉଥଠାରେ ମଙ୍ଗଳବାର ଅପରାହ୍ନରେ ୬...

ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପିଲେ ଦୁର୍ବୃତ୍ତ

ବଡ଼ଗାଁ,୧ା୪(ଅଶୋକ ଷଡ଼ଙ୍ଗୀ): ବଡ଼ଗାଁ ଥାନା ଅଞ୍ଚଳରେ ମଙ୍ଗଳବାର ଦୁର୍ବୃତ୍ତମାନେ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଛନ୍ତି। ତୁଡାଲଗା ମଙ୍ଗଳ ମନ୍ଦିରରେ ଚାଲିଥିବା ନବରାତ୍ର...

୩୦ OASଙ୍କୁ ମିଳିଲା IAS ପାହ୍ୟା, ଜାଣନ୍ତୁ କିଏ କିଏ ପାଇଲେ ପଦୋନ୍ନତି

ଭୁବନେଶ୍ୱର,୧ା୪: ରାଜ୍ୟ ସରକାରଙ୍କ ୩୦ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ଅଧିକାରୀଙ୍କୁ ଏପ୍ରିଲ ପହିଲାରେ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌) ପାହ୍ୟାକୁ ପଦୋନ୍ନତି ମିଳିଛି। ଏସଂକ୍ରାନ୍ତରେ କେନ୍ଦ୍ର...

ରାମନବମୀ ପାଇଁ ମୁତୟନ ହେବେ ୨୬ ପ୍ଲାଟୁନ୍‌ ଫୋର୍ସ: ସ୍ଥିତି ସମୀକ୍ଷା କଲେ କ୍ରାଇମବ୍ରାଞ୍ଚ ଡିଜି

ଭଦ୍ରକ,୧।୪(ସନାତନ ରାଉତ): ଭଦ୍ରକରେ ରାମନବମୀ ଶାନ୍ତିଶୃଙ୍ଖଳାର ସହ ପାଳନ ପାଇଁ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ମଙ୍ଗଳବାର ଅପରାହ୍ନ ୫ଟାରେ ଏସ୍‌ପିଙ୍କ ଅଫିସ୍‌ରେ ସ୍ଥିତି ସମୀକ୍ଷା...

ଚାଲିଥିଲା ସେକ୍ସ ର଼୍ୟାକେଟ୍‌: ଗ୍ରାହକ ସାଜି ରାଣୀ ମହୁମାଛିଙ୍କ ସମେତ ୫ ଜଣଙ୍କୁ ଧରିଲା ପୋଲିସ

ରାଉରକେଲା,୧ା୪: ସୁନ୍ଦରଗଡ଼ ଜିଲା ଝିରପାଣି ଥାନା କୋଏଲ ନଗର ଅଞ୍ଚଳରେ ମଙ୍ଗଳବାର ଏକ ସେକ୍ସ ର଼୍ୟାକେଟ୍‌ ଠାବ ହୋଇଛି। ରାଣୀ ମହୁମାଛିଙ୍କ ସମେତ ୫ ଦେହଜୀବୀଙ୍କୁ...

ଧାନ ସଂଗ୍ରହ ଶେଷ: ଜାଣନ୍ତୁ ଏବର୍ଷ କିଣାହେଲା କେତେଟନ୍‌

ଭୁବନେଶ୍ୱର,୧।୪: ଧାନ ସଂଗ୍ରହ ଶେଷ ହୋଇଥିବା ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ସୂଚନା ଦେଇଛନ୍ତି, ସେ କହିଛନ୍ତି, ମାର୍ଚ୍ଚ ୩୧ ସୁଦ୍ଧା ଧାନ ସଂଗ୍ରହ ଶେଷ...

‘ନ୍ୟାୟ ନ ମିଳିଲେ ଯାତ୍ରା ଜଗତରୁ ସନ୍ୟାସ ନେବି, ପ୍ରମାଣ ଦେଲେ ୩ ବର୍ଷ ବିନା ପାରିଶ୍ରମିକରେ ଅଭିନୟ କରିବି’

ଭୁବନେଶ୍ୱର,୧।୪: ଯାତ୍ରା ହାସ୍ୟ ଅଭିନେତା ନରି ପଣ୍ଡାଙ୍କୁ ମାଡ ଘଟଣାରେ ନୂଆ ମୋଡ଼ ନେଇଛି। ସେ ଥାନାରେ ଏତଲା ଦେଇ କହିଛନ୍ତି, କୌଣସି ପରିସ୍ଥିତିରେ ମାଡ...

ଭଡ଼ା ଘରେ ରହୁଛନ୍ତି ବାପା-ମା’: ଆଇପିଏଲରେ ଚମତ୍କାର କଲେ ପୁଅ

ନୂଆଦିଲ୍ଲୀ,୧।୪: ପ୍ରିୟାଂଶ ଆର୍ଯ୍ୟା ଆଇପିଏଲରେ ଡେବ୍ୟୁ କରିଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚ୍‌ରେ ଏହି ଖେଳାଳି ଦ୍ରୁତ ୪୭ ରନ କରି ପଞ୍ଜାବ କିଙ୍ଗସକୁ ଏକ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image