ପ୍ରକାଶ ପାଇଲା ମାଟ୍ରିକ୍‌ ପରୀକ୍ଷାଫଳ

କଟକ ଅଫିସ, ୬।୭: ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷାଫଳ । କଟକ ବୋର୍ଡ କାର୍ଯ୍ୟାଳୟରେ ବୁଧବାର ପରୀକ୍ଷାଫଳ ପ୍ରକାଶ କରାଯାଇଛି। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଆନୁଷ୍ଠାନିକ ଭାବେ ପରୀକ୍ଷାଫଳ ପ୍ରକାଶ କରିଛନ୍ତି। ତେବେ ଚଳିତ ବର୍ଷ ପାସ୍‌ ହାର ୯୦.୫୫ ପ୍ରତିଶତ ରହିଛି। ଏ-୧ରେ ୮,୧୧୯ ପାସ୍‌ କରିଥିବା ଏ-୨ରେ ପାସ୍‌ କରିଛନ୍ତି ୮୪,୮୮୯ ପିଲା। ଛାତ୍ରୀଛାତ୍ର ଓ୍ବେବ୍‌ସାଇଟ୍‌ www.bseodisha.nic.inରେ ପରୀକ୍ଷାଫଳ ଦେଖିପାରିବେ । ଚଳିତ ବର୍ଷ ୫ ଲକ୍ଷ ୨୬ ହଜାର ୮୧୮ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ୫ଲକ୍ଷ ୧୭ ହଜାର୮୪୭ ଜଣ ପାସ୍‌ କରିଥିବା ବେଳେ ୮ ହଜାର୬୯୯ ଜଣ ଫେଲ୍‌ ହୋଇଛନ୍ତି। ସେହିପରି ୨,୬୦,୯୭୦ ଛାତ୍ରୀ ପାସ୍‌ କରିଥିବା ବେଳେ ୨,୫୬,୮୭୭ ଛାତ୍ର ପାସ୍‌ କରିଛନ୍ତି। ରାଜ୍ୟର ୩ଟି ସ୍କୁଲରେ କୌଣସି ପିଲା ପାସ କରି ନାହାନ୍ତି। ସେଥିମଧ୍ୟରେ ମାଲକାନଗିରିର ୨ଟି ଓ ଅନୁଗୋଳର ଗୋଟିଏ ସ୍କୁଲ ଥିବା ମନ୍ତ୍ରୀ କହିଛନ୍ତି।

Share