ପ୍ରକାଶ ପାଇଲା ମେଡିକାଲ ଅଫିସର ପରୀକ୍ଷା ଫଳ

କଟକ,୧୫ା୧୨(ସୁପ୍ରିୟା ପ୍ରିୟଦର୍ଶିନୀ)- ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ମେଡିକାଲ ଅଫିସର ପଦବୀ ପୂରଣ ପାଇଁ ହୋଇଥିବା ଲିଖିତ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ରାଜ୍ୟରେ ୨୩୯୨ଜଣ କୃତକାର୍ଯ୍ୟ ହୋଇଛନ୍ତି। ସେମାନେ ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ସରକାରୀ ଡାକ୍ତରଖାନାରେ ମେଡିକାଲ ଅଫିସର ଭାବେ ନିଯୁକ୍ତି ପାଇବେ। ଅନ୍ୟପକ୍ଷରେ ୧୮୮ଜଣ ପରୀକ୍ଷାର୍ଥୀ ପ୍ରମାଣପତ୍ର ଯାଞ୍ଚବେଳେ ଅକୃତକାର୍ଯ୍ୟ ହୋଇଛନ୍ତି। ସେଥିମଧ୍ୟରୁ କେତେଜଣ ଯାଞ୍ଚ ସମୟରେ ଅନୁପସ୍ଥିତ ଥିବାବେଳେ ଆଉ କେତେଜଣ ଇଣ୍ଟର୍ନଶିପ କରି ନ ଥିବା ଓପିଏସ୍‌ସି ପକ୍ଷରୁ କୁହାଯାଇଛି। ସୂଚନାଥାଉ କି, ଗତ ଅକ୍ଟୋବର ୮ରେ ମେଡିକାଲ ଅଫିସର ପଦବୀ ପୂରଣ ପାଇଁ ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

Share