Categories: ଖେଳ

କୋହଲି-ରୋହିତଙ୍କ ପ୍ରତ୍ୟାବର୍ତ୍ତନ ଏହି ଖେଳାଳିଙ୍କ ପାଇଁ ସତର୍କ ଘଣ୍ଟି

ନୂଆଦିଲ୍ଲୀ,୮।୧: ଟି-୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି ଆଫଗାନିସ୍ତାନ ସିରିଜ ପାଇଁ ଟିମ ଇଣ୍ଡିଆର ଦଳ ଘୋଷଣା କରାଯାଇଛି। ଏହି ୧୬ ଜଣିଆ ଦଳରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ସ୍ଥାନ ମିଳିଛି। ଏହି ଦୁଇ ମହାନ ଖେଳାଳି ଗତ ଟି-୨୦ ବିଶ୍ୱକପ ପରଠାରୁ ଗୋଟିଏ ବି ଟି-୨୦ ଅନ୍ତର୍ଜାତୀୟ ଖେଳି ନାହାଁନ୍ତି। ଦୁଇ ବର୍ଷରୁ ଅଧିକ ସମୟ ପରେ ଭାରତୀୟ ଟି-୨୦ ଦଳକୁ ଫେରିଛନ୍ତି।
ରୋହିତ ଏବଂ ବିରାଟଙ୍କ ପ୍ରତ୍ୟାବର୍ତ୍ତନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ଗତ କିଛି ସପ୍ତାହ ଧରି ରୋହିତ ଏବଂ ବିରାଟ ଟି-୨୦ ବିଶ୍ୱକପ୍‌ରେ ରହିବେ ନାହିଁ ବୋଲି କଳ୍ପନାଜଳ୍ପନା କରାଯାଇଥିଲା। ଏହା ପଛରେ ଅନେକ କାରଣ ଦର୍ଶାଯାଇଥିଲା। ଏଥି ମଧ୍ୟରେ ଟି-୨୦ କ୍ରିକେଟ ରେ ରୋହିତଙ୍କ ଅଧିନାୟକତ୍ୱ, ଟି-୨୦ ଫର୍ମାଟରେ ବିରାଟଙ୍କ କମ ଷ୍ଟ୍ରାଇକ ରେଟ, ଯୁବ କ୍ରିକେଟରଙ୍କୁ ସୁଯୋଗ ଦେବାର ସମ୍ଭାବନା ଏବଂ କ୍ରିକେଟର ବିଭିନ୍ନ ଫର୍ମାଟରେ ସନ୍ତୁଳନ ସୃଷ୍ଟି କରିବା ପାଇଁ ବିରାଟ ଏବଂ ରୋହିତଙ୍କୁ ଟେଷ୍ଟ ଏବଂ ଦିନିକିଆରେ ସୀମିତ ରଖିବା ସମ୍ଭାବନା ଥିଲା। ଚୟନକର୍ତ୍ତାମାନେ ଉଭୟ ଆଫଗାନିସ୍ତାନ ସିରିଜରେ ଅନ୍ତର୍ଭୁକ୍ତ କରି ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଲେ।
ବର୍ତ୍ତମାନ ପ୍ରାୟ ନିଶ୍ଚିତ ହୋଇଛି ଯେ ଟି-୨୦ ବିଶ୍ୱକପରେ ରୋହିତ ଶର୍ମା ଟିମ ଇଣ୍ଡିଆର ଅଧିନାୟକ ହେବେ। ବିରାଟ ମଧ୍ୟ ଖେଳିବା ନିଶ୍ଚିତ। ଅନ୍ତର୍ଜାତୀୟ ଟି -୨୦ରେ ଏହି ଦୁଇ ଖେଳାଳିଙ୍କ ପ୍ରତ୍ୟାବର୍ତ୍ତନ ଅନ୍ୟ ଖେଳାଳିଙ୍କ ପାଇଁ ଏକ ସକର୍ତ ଘଣ୍ଟି ବୋଲି ପ୍ରମାଣ କରିପାରିବ, ଅର୍ଥାତ୍‌ କିଏ ଟି-୨୦ ବିଶ୍ୱକପରୁ ବାଦ ପଡିବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ଶ୍ରେୟସ ଆୟର: ଟେଷ୍ଟ ଏବଂ ଦିନିକିଆରେ ଟିମ ଇଣ୍ଡିଆ ପାଇଁ ଶ୍ରେୟସ ଆୟର୍‌ ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି କିନ୍ତୁ ତାଙ୍କୁ ଟି-୨୦ରେ ପ୍ରମାଣ କରିବାକୁ ବହୁତ କିଛି ଅଛି। ରୋହିତ ଏବଂ ବିରାଟଙ୍କ ପ୍ରତ୍ୟାବର୍ତ୍ତନର ପ୍ରତ୍ୟକ୍ଷ ପ୍ରଭାବ ତାଙ୍କ ଉପରେ ପଡ଼ିବ।

କେ.ଏଲ ରାହୁଲ: ବିଶ୍ୱକପ ୨୦୨୩ରେ ବ୍ୟାଟ୍ସମ୍ୟାନ ତଥା ଉଇକେଟ କିପର ଭାବରେ କେ.ଏଲ ରାହୁଲ ଭଲ କାମ କରିଥିଲେ। ଏଥିସହ ସେ ଟିମ ଇଣ୍ଡିଆକୁ କିଛି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଜିତାଇଥିଲେ। କିନ୍ତୁ ବିଶ୍ୱକପ ୨୦୨୩ ଫାଇନାଲରେ ତାଙ୍କର ମନ୍ଥର ଇନିଂସ ସମାଲୋଚକଙ୍କ ଟାର୍ଗେଟରେ ରହିଥିଲା। ଟି-୨୦ କ୍ରିକେଟରେ ମଧ୍ୟ ଏହା ଦେଖିବାକୁ ମିଳିଛି ଯେ କେଏଲ ସ୍କୋର ଅନେକ ସମୟରେ ବହୁତ କମ ଷ୍ଟ୍ରାଇକ ରେଟ ରହିଛି।ଏଭଳି ପରିସ୍ଥିତିରେ କେଏଲ ରାହୁଲ ଏଥର ଟି -୨୦ ବିଶ୍ୱକପରୁ ବାଦ୍‌ ପଡ଼ିପାରନ୍ତି।

ଇଶାନ କିଶାନ: ଇଶାନ କିଶାନ ମଧ୍ୟ କମ ଷ୍ଟ୍ରାଇକ ହାର ଯୋଗୁ ଟି-୨୦ ବିଶ୍ୱକପ ବାଦ୍‌ ପଡ଼ିପାରନ୍ତି।

Share