Categories: ଜାତୀୟ

ଲାଞ୍ଚ ଟଙ୍କା ଗିଳିଦେଲେ ରାଜସ୍ବ କର୍ମଚାରୀ

ଭୋପାଳ,୨୬।୭: ମଧ୍ୟପ୍ରଦେଶ କାଣ୍ଟନି ରାଜସ୍ବ ବିଭାଗ ପଟଓ୍ବାରି (ରେକର୍ଡକିପର୍‌) ଲାଞ୍ଚ ନେଇ ଧରାପଡ଼ିଛନ୍ତି। ଜବଲପୁର ଲୋକାୟୁକ୍ତର ସ୍ପେସିଆଲ ପୋଲିସ ଏଷ୍ଟାବ୍ଲିଶମେଣ୍ଟ (ଏସ୍‌ପିଇ) ତାଙ୍କୁ ଲାଞ୍ଚ ନେବା ସମୟରେ ଗିରଫ କରିଛି। ଧରାପଡ଼ିବା ପରେ ପଟଓ୍ବାରି ଗଜେନ୍ଦ୍ର ସିଂ ଲାଞ୍ଚ ଟଙ୍କାକୁ ଗିଳି ଦେଇଥିଲେ। ଏକ ଜମିବାଡ଼ି ସଂକ୍ରାନ୍ତୀୟ ମାମଲାରେ ଅଭିଯୋଗକାରୀ ଚନ୍ଦନ ସିଂ ଲୋଧିଙ୍କୁ ଗଜେନ୍ଦ୍ର ୪,୫୦୦ ଟଙ୍କା ମାଗିଥିଲେ। ଏ ନେଇ ଚନ୍ଦନ ସିଂ ଜବଲପୁର ଲୋକାୟୁକ୍ତ ବିଭାଗରେ ଅଭିଯୋଗ କରିଥିଲେ।
ଗଜେନ୍ଦ୍ର୍‌ ଚନ୍ଦନଙ୍କଠାରୁ ଲାଞ୍ଚ ନେବା ସମୟରେ ଏସ୍‌ପିଇ ଟିମ୍‌ ତାଙ୍କୁ ଗିରଫ କରିବାରୁ ସେ ଲାଞ୍ଚ ଟଙ୍କାକୁ ଗିଳିଦେଇଥିଲେ। ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଗଜେନ୍ଦ୍ର ଗିଳିଥିବା ଟଙ୍କାକୁ ଡାକ୍ତର ବାହାର କରିଥିଲେ। ଗଜେନ୍ଦ୍ରଙ୍କ ବିରୋଧରେ ମାମଲା ରୁଜୁ ପରେ ତଦନ୍ତ ଆରମ୍ଭ ହୋଇଛି।

Share