ଭୁବନେଶ୍ୱର,୨୬।୧୨:(ବ୍ୟୁରୋ): ଚାଇନାରେ କରୋନା ସଂକ୍ରମଣ ବଢ଼ିବା ପରେ ଏବେ ରାଜ୍ୟ ସରକାର ସଜାଗ ଅଛନ୍ତି। ତେବେ କରୋନା ସଂକ୍ରମଣକୁ ରୋକିବା ପାଇଁ ମଙ୍ଗଳବାର ଅପରାହ୍ନ ସାଢ଼େ ୪ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା ବୈଠକ କରିବେ। ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ, ସ୍ବାସ୍ଥ୍ୟ ସଚିବ, ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ସହ ଜିଲା ମୁଖ୍ୟ ଚିକିତ୍ସାଧିକାରୀ, ମେଡ଼ିକାଲ କଲେଜ କର୍ତ୍ତୃପକ୍ଷ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିବେ।