ମଣ୍ଡିରୁ ଉଠୁନି ଧାନ, ବ୍ଲକ ଅଫିସରେ ଧାନ ଗଦାଇଲେ ଚାଷୀ

ବରଗଡ଼ ଅଫିସ,୯।୨: ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ପ୍ରାୟ ତିନି ମାସ ବିତି ଗଲାଣି। ମାତ୍ର ଧାନ ବିକ୍ରି ସମସ୍ୟା ତୁଟି ନାହିଁ। ଚାଷୀମାନେ ଧାନ ବିକ୍ରି କରି ସାରି ନ ଥିବାବେଳେ ବିଭିନ୍ନ ମଣ୍ଡିଗୁଡିକୁ ବନ୍ଦ କରି ଦିଆଯାଇଛି। ଅନ୍ୟପକ୍ଷରେ ଚାଷୀଙ୍କୁ ମିଳିଥିବା ଟୋକନ ଅବଧି ମଧ୍ୟ ସରି ବସିଛି। ଫଳରେ ଚାଷୀମାନେ ଧାନ ବିକ୍ରି କରି ନ ପାରି ବହୁ ଅସୁବିଧାର ସମ୍ମୁଖିନ ହୋଇଛନ୍ତି। ଏହାର ପ୍ରତିବାଦରେ ମଙ୍ଗଳବାର ଅମ୍ବାଭୋନା ବ୍ଳକ ଅଞ୍ଚଳର ଚାଷୀମାନେ ମଙ୍ଗଳବାର ବ୍ଲକ ଅଫିସ ଆଗରେ ଧାନ ଗଦା କରିଛନ୍ତି। ସେହିପରି ବ୍ଲକ ଓ ତହସିଲ ଅଫିସକୁ ମଧ୍ୟ ଅଚଳ କରି ଦେଇଛନ୍ତି। ସ୍ଥାନୀୟ ଲାଲ ବାହାଦୂର ଶାସ୍ତ୍ରୀ କୃଷକ ସଂଗଠନ ନେତୃତ୍ୱରେ ଚାଷୀମାନେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି।

Share