ସବୁଠାରୁ ଧନୀ ହିମେଶ କେବେ ହେବାକୁ ଚାହୁଁ ନ ଥିଲେ ଗାୟକ, କେବଳ ଏହି କାରଣ ପାଇଁ…

ବଲିଉଡ୍‌ ଗାୟକ ହିମେଶ ରେଶମିଆ ଅନେକ ହିଟ୍‌ ଗୀତ ଗାଇଛନ୍ତି। ହେଲେ ଦିନ ଥିଲା ହିମେଶ କେବେ ବି ଗାୟକ ହେବାକୁ ଚାହୁଁ ନ ଥିଲେ। କିନ୍ତୁ ତାଙ୍କ ପିତା ଭିପିନ ଚାହୁଁଥିଲେ ଯେ ହିମେଶ ଜଣେ ବଡ଼ ଗାୟକ ହୁଅନ୍ତୁ। ବାପାଙ୍କ ଇଚ୍ଛା ପୂରଣ କରିବା ପାଇଁ ହିମେଶ ସଙ୍ଗୀତକୁ କ୍ୟାରିୟର୍‌ କରିଥିଲେ । ଆଜି ସେ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି।
ବ୍ୟକ୍ତିଗତ ଜୀବନ ଦେଖିଲେ ହିମେଶ ରାଜା-ମହାରାଜାଙ୍କ ପରି ଜୀବନଯାପନ କରିଥାନ୍ତି। ହିମେଶଙ୍କୁ ସବୁଠାରୁ ସଫଳ ଏବଂ ଧନୀ ଗାୟକମାନଙ୍କ ମଧ୍ୟରେ ଗଣାଯାଏ । ଗୀତ ବ୍ୟତୀତ ହିମେଶ ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ମଧ୍ୟ ଜଣାଶୁଣା । ତାଙ୍କର ଏକ ବିଳାସପୂର୍ଣ୍ଣ ଘର ଏବଂ ଦାମୀ କାର ମଧ୍ୟ ଅଛି । ଆଜିକାଲି ହିମେଶଙ୍କୁ ଇଣ୍ଡିଆନ ଆଇଡଲ ସିଜିନ୍‌ ୧୨ ରେ ବିଚାରପତି ଭାବରେ ଦେଖାଯାଏ। ଏହି ଶୋ’ର ଏକ ଏପିସୋଡ ପାଇଁ ହିମେଶ ପ୍ରାୟ ୨.୫ ଲକ୍ଷ ଟଙ୍କା ପାଉଣା ନେଇଥାନ୍ତି ।
ହିମେଶ ସଲମାନ ଖାନଙ୍କ ଫିଲ୍ମ ‘ପ୍ୟାର କିୟା ତୋ ଡରନେ କ୍ୟା’ରୁ ଗୀତ ଗାଇବା ଆରମ୍ଭ କରିଥିଲେ। ସଲମାନ ଖାନ୍‌ ହିମେଶଙ୍କୁ ଅଧିକ ସମର୍ଥନ କରିଥାନ୍ତି। ହିମେଶ ନିଜେ ମଧ୍ୟ ଅନେକ ଥର ଏହା ଉଲ୍ଲେଖ କରିଛନ୍ତି। ସଲମାନ ହିମେଶଙ୍କ ପିତାଙ୍କ ସହ ଅତି ଘନିଷ୍ଠ ଥିଲେ। ସେ ହିମେଶଙ୍କୁ ତାଙ୍କ ଚଳଚ୍ଚିତ୍ର ‘ତେରେ ନାମ’ର ସମସ୍ତ ଗୀତ ରଚନା କରିବାକୁ କହିଥିଲେ।

Share