Categories: ଖେଳ

ପ୍ୟାରିସ ଅଲିମ୍ପିକ୍ସର ସବୁଠାରୁ ଧନୀ ଟିମ୍‌, ଜଣେ ଜଣେ ଖେଳାଳି କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ

ପ୍ୟାରିସ,୩୧।୭: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ବିଶ୍ୱର ୧୦,୫୦୦ ଆଥଲେଟ ଅଂଶଗ୍ରହଣ କରୁଛନ୍ତି । କେବଳ ଅଲିମ୍ପିକ ଗେମ୍ସ ପାଇଁ ଯୋଗ୍ୟତା ହାସଲ କରିବାକୁ ଆଥଲେଟ୍ସମାନଙ୍କୁ ଅନେକ ପ୍ରକାର ପ୍ରୟାସ କରିବାକୁ ପଡଛି। କେତେକ ଅତ୍ୟଧିକ ଦାରିଦ୍ର୍ୟ ଦେଇ ଗତି କରିବା ପରେ ଏଠାରେ ପହଞ୍ଚିଥିବାବେଳେ ଅନ୍ୟମାନେ ଦୀର୍ଘ ସମୟ ଅପେକ୍ଷା କରିବା ପରେ ଅଲିମ୍ପିକ ପଦକ ଜିତିବାର ଗୌରବ ହାସଲ କରିଛନ୍ତି। କିନ୍ତୁ ଏମିତି ଏକ ଦଳ ୨୦୨୪ଅଲିମ୍ପିକ ଗେମ୍ସରେ ମଧ୍ୟ ଭାଗ ନେଉଛନ୍ତି, ଯାହା କୋଟିପତି ଏବଂ ବିଲିୟନେୟାରରେ ପରିପୂର୍ଣ୍ଣ। ଯଦି ଏହି ଖେଳାଳିମାନେ ଚାହାଁନ୍ତି, ସେମାନେ ଆକାଶରୁ କୋଟି କୋଟି ଟଙ୍କା ବର୍ଷା କରିପାରିବେ।

ଏହା କାହାକୁ ଅଛପା ନୁହେଁ ଯେ ରୋଜଗାର କ୍ଷେତ୍ରରେ ଏନବିଏ(NBA) ବିଶ୍ୱରର ସବୁଠୁ ବଡ ସ୍ପେିର୍ଟସ ଲିଗ ମଧ୍ୟରୁ ଗୋଟିଏ। ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ପାଇଁ ଲେବରୋନ ଜେମ୍ସ ଆମେରିକାର ବାସ୍କେଟବଲ ଦଳର ଦାୟିତ୍ୱ ନେଉଛନ୍ତି, ଯାହାଙ୍କ ନେଟ ମୂଲ୍ୟ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଷ୍ଟିଫେନ କ୍ୟୁରୀ ମଧ୍ୟ ଏହି ଦଳରେ ଉପସ୍ଥିତ ଅଛନ୍ତି, ଯିଏ ବାର୍ଷିକ NBA ରୁ କୋଟି କୋଟି ଟଙ୍କା ରୋଜଗାର କରନ୍ତି । ଯଦି ରିପୋର୍ଟଗୁଡିକ ବିଶ୍ୱାସ କରାଯାଏ, ଲେବରୋନ ଜେମ୍ସଙ୍କ ନିଟ ମୂଲ୍ୟ ୨୦୨୨ରେ ୧ ବିଲିୟନ ଡଲାର ଅତିକ୍ରମ କରିଥିଲା।
ଯୁକ୍ତରାଷ୍ଟ୍ର ଟିମର ସବୁଠାରୁ କନିଷ୍ଠ ଖେଳାଳି ହେଉଛନ୍ତି ଆନ୍ଥୋନି ଏଡୱାର୍ଡସ, ଯାହାଙ୍କ ସମ୍ପତ୍ତି ୨୨ ବର୍ଷ ବୟସରେ ୪୦ ମିଲିୟନ ଡଲାର୍‌ ଅତିକ୍ରମ କରିଛି। ଯଦି ଆମେ ଏହାକୁ ଭାରତୀୟ ମୁଦ୍ରାରେ ରୂପାନ୍ତର କରୁ ତେବେ ଏହି ପରିମାଣ ୩୩୪ କୋଟି ଟଙ୍କା ଅର୍ଥାତ୍‌ ୩.୩ ବିଲିୟନ ଟଙ୍କା ସହିତ ସମାନ। ଲେବରୋନ ଜେମ୍ସ ବିଶ୍ୱର ସବୁଠାରୁ ଧନୀ ଆଥଲେଟ୍ସମାନଙ୍କ ମଧ୍ୟରୁ ଅନ୍ୟତମ, ଯାହାଙ୍କ ମୋଟ ସମ୍ପତ୍ତି ଭାରତୀୟ ମୁଦ୍ରାରେ ୧୦ହଜାର କୋଟିରୁ ଅଧିକ ଅଟେ। କେଭିନ ଡୁରାଣ୍ଟ ମଧ୍ୟ ବିଶ୍ୱର ସବୁଠାରୁ ଲୋକପ୍ରିୟ ତଥା ଧନୀ ଖେଳାଳିମାନଙ୍କ ମଧ୍ୟରୁ ଅନ୍ୟତମ, ଯାହାଙ୍କ ମୋଟ ସମ୍ପତ୍ତି ପ୍ରାୟ ୨.୫ ହଜାର କୋଟି ଟଙ୍କା। ଯୁକ୍ତରାଷ୍ଟ୍ର ବାସ୍କେଟବଲ ଦଳରେ ଅନ୍ତର୍ଭୁକ୍ତ ସମସ୍ତ ଖେଳାଳି NBA ରେ ଖେଳନ୍ତି, ଯେଉଁଠାରୁ ସେମାନେ ବାର୍ଷିକ କୋଟି ଟଙ୍କା ରୋଜଗାର କରନ୍ତି। ସେଥିପାଇଁ ଏହି ଦଳର ପ୍ରତ୍ୟେକ ଖେଳାଳି କୋଟିପତି ଅଟନ୍ତି । ୧୯୩୬ ମସିହାରେ ଅଲିମ୍ପିକ ଗେମ୍ସରେ ବାସ୍କେଟବଲ ଅନ୍ତର୍ଭୁକ୍ତ କରାଯାଇଥିଲା, ଏହା ପରେ ଆମେରିକା ଦଳ ୧୬ ଥର ସ୍ବର୍ଣ୍ଣ ପଦକ ଜିତିଛି । ଏହି ବାସ୍କେଟବଲ ଦଳ ଅଲିମ୍ପିକ୍ସରେ ୧୬ଟି ସ୍ବର୍ଣ୍ଣ ସମେତ ମୋଟ ୧୯ ଟି ପଦକ ଜିତିଛି।

Share