ପରୀକ୍ଷା ସେଣ୍ଟର ନାମ ଭଲରେ ନ ପଢ଼ି ଅନ୍ୟତ୍ର ପହଞ୍ଚିଲେ ଆର୍‌ଆଇ ପରୀକ୍ଷାର୍ଥୀ, ହେଲେ ହଟହଟା

ଟିଟିଲାଗଡ଼,୨୯।୮(ଡି.ଏନ୍‌.ଏ.): ରାଜ୍ୟରେ ରାଜସ୍ବ ନିରୀକ୍ଷକ (ରେଭିନ୍ୟୁ ଇନ୍ସପେକ୍ଟର/ଆରଆଇ) ପଦବୀ ପାଇଁ ପରୀକ୍ଷା ହେଉଥିବା ବେଳେ ଏକ ବଡ଼ ବିଭ୍ରାଟ ସାମ୍ନାକୁ ଆସିଛି। ଏ ନେଇ ଶତାଧିକ ପରୀକ୍ଷାର୍ଥୀ ହଇରାଣ ହୋଇଛନ୍ତି।
ଏହି ପରୀକ୍ଷାର୍ଥୀଙ୍କ ଆଡ୍‌ମିଟ୍‌ କାର୍ଡରେ ପରୀକ୍ଷା କେନ୍ଦ୍ର- ସରକାରୀ ମହିଳା ମହାବିଦ୍ୟାଳୟ, ଟିଟିଲାଗ ରୋଡ଼, ନିଅର ସବ-କଲେକ୍ଟର,ପିଏସ୍‌- ଟାଉନ ପୋଲିସ ଷ୍ଟେଶନ, ପିଓ- ହେଡ ପୋଷ୍ଟ ଅଫିସ, ବଲାଙ୍ଗୀର ବୋଲି ଲେଖାଯାଇଛି। ତେଣୁ ପରୀକ୍ଷା କେନ୍ଦ୍ର ଟିଟିଲାଗଡ଼ ମହିଳା ମହାବିଦ୍ୟାଳୟରେ ପଡ଼ିଛି ବୋଲି ସେମାନେ ଭାବି ନେଇଥିଲେ। କିନ୍ତୁ ସେମାନେ ସେଠାରେ ପହଞ୍ଚିବା ପରେ ସେଠାରେ ସେଣ୍ଟର ପଡ଼ି ନଥିବା ଜାଣିବାକୁ ପାଇଥିଲେ। ଟିଟିଲାଗଡ଼ ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ମଧ୍ୟ ସେଠାରେ ସେଣ୍ଟର ହୋଇ ନଥିବା କହିଥିଲେ। ତବେ ସ୍ଥାନୀୟ ଉପଜିଲାପାଳଙ୍କ ହସ୍ତକ୍ଷେପ ପରେ ପରୀକ୍ଷାର୍ଥୀମାନଙ୍କୁ ଟିଟିଲାଗଡ଼ରେ ପରୀକ୍ଷା ଦେବା ପାଇଁ ସୁଯୋଗ ଦିଆଯାଇଛି l ବଲାଙ୍ଗୀରେ ଖାଲି ପଡ଼ିଥିବା ୧୦୩ ପରୀକ୍ଷାର୍ଥୀଙ୍କର ଖାତା ପ୍ରଭାବତୀ ପବ୍ଲିକ ସ୍କୁଲକୁ ପଠାଯାଇଥିବା ବେଳେ ସେଠାରେ ପରୀକ୍ଷା ଦେବେ।

Share