ଭାରତ ସମେତ ୪୦ ଦେଶରେ ଓମିକ୍ରନ୍ ସବ ଭାରିଏଣ୍ଟର ବିପଦ

ନୂଆଦିଲ୍ଲୀ,୨୩ ।୧: କୋଭିଡ-୧୯ ଭାଇରସର ଓମିକ୍ରନ୍ ଭାରିଏଣ୍ଟରୁ ନିକଟରେ ମିଳିଥିବା ଉପ-ସଂକ୍ରମଣ ଉପରେ ବିଶେଷଜ୍ଞମାନେ ଦୃଷ୍ଟି ରଖିଛନ୍ତି । କାରଣ ଏହାଦ୍ୱାରା ନିର୍ଦ୍ଧାରିତ କରାଯାଇପାରିବ କି ଏହା ଭବିଷ୍ୟତରେ ମହାମାରୀର ପ୍ରସାରକୁ କିପରି ପ୍ରଭାବିତ କରିବ । ଆରମ୍ଭରୁ ଓମିକ୍ରନ୍ ଭାରିଏଣ୍ଟ ସବୁଠାରୁ ବିପଦଜନକ ଷ୍ଟ୍ରେନ୍ ପାଲଟି ଯାଇଛି । କାରଣ ଏହା ଦ୍ରୁତ ଗତିରେ ପ୍ରସାର କରୁଛି । ହେଲେ ବ୍ରିଟିଶ ସ୍ୱାସ୍ଥ୍ୟ ଅଧିକାରୀ ବିଏ.୨ ନାମକ ନୂଆ ଭାରିଏଣ୍ଟର ଶହ ଶହ ସଂଖ୍ୟାରେ ସଂକ୍ରମିତଙ୍କୁ ଚିହ୍ନଟ କରିଛନ୍ତି । ଅନ୍ତରାଷ୍ଟ୍ରୀୟ ଡାଟା କହୁଛି ଏହି ଭାରିଏଣ୍ଟ ଆହୁରୀ ଦ୍ରୁତ ଗତିରେ ପ୍ରସାର ଲାଭ କରିବ । ୟୁକେ ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସି ଗୋଟିଏ ମାସ ପୂର୍ବରୁ ୧୦ ଦିନ ମଧ୍ୟରେ ବ୍ରିଟେନରେ ବିଏ.୨ ଭାରିଏଣ୍ଟର ୪୦୦ରୁ ଅଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା କହିଛି । ଏହାସହ ପାଖାପାଖି ୪୦ ଦେଶରେ ବି ଓମିକ୍ରନ୍‌ର ନୂଆ ଭାରିଏଣ୍ଟ ଥିବା ଜଣାପଡିଛି । ଭାରତ, ଡେନମାର୍କ ୍‌ବିଡେନ ଭଳି ଦେଶରେ ସବ ଭାରିଏଣ୍ଟ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଥିବା କୁହାଯାଇଛି । କୁହାଯାଉଛି କି ବ୍ରିଟେନରେ କୋଭିଡ ସଂକ୍ରମିତଙ୍କ ବୃଦ୍ଧି କେବଳ ବିଏ.୨ ଭାରିଏଣ୍ଟ ଯୋଗୁ ହେଉଛି । କାରଣ ଏହା ଅତ୍ୟନ୍ତ ଦ୍ରୁତ ଗତିରେ ପ୍ରସାରଲାଭ କରୁଛି ।

Share