ଫୁଲୁଛି ମହାନଦୀ: ମୁଣ୍ଡଳିରେ ବଢ଼ୁଛି ଜଳସ୍ତର

ଭୁବନେଶ୍ୱର,୩୦।୭: ହୀରାକୁଦ ଡ୍ୟାମରୁ ପାଣି ଛାଡ଼ିବା ପରେ ମହାନଦୀ ଫୁଲିଛି। ଅନ୍ୟପକ୍ଷେ କଟକ ମୁଣ୍ଡଳିରେ ଜଳସ୍ତର ବଢୁଛି । ସକାଳ ୬ଟା ସୁଦ୍ଧା ମୁଣ୍ଡଳୀ ଦେଇ ୧ ଲକ୍ଷ ୭୦ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ଦିନ ୧୧ଟା ସୁଦ୍ଧା ମୁଣ୍ଡୁଳୀରେ ହୀରାକୁଦ ପାଣି ପହଞ୍ଚିବ । ରବିବାର ୩ଟି ପର୍ୟ୍ୟାୟରେ ହୀରାକୁଦ ଡ୍ୟାମର ୨୦ଟି ଗେଟ ଖୋଲା ହୋଇଥିଲା ।
ମହାନଦୀ ଅବବାହିକାରେ ସମ୍ବଲପୁର, ସୋନପୁର, ନୟାଗଡ, ପୁରୀ, କଟକ, କେନ୍ଦ୍ରାପଡା ଓ ଜଗତସିଂହପୁର ଆସୁଥିବାରୁ ଏସବୁ ଜିଲାର ଜିଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏସବୁ ଜିଲାର ଜିଲାପାଳଙ୍କ ଏସଆରସି ଆଲର୍ଟ କରିଛନ୍ତି। ମହାନଦୀକୁ ନ ଯିବାକୁ ଲୋକଙ୍କୁ ସତର୍କ କରାଯାଇଛି । ଗୃହପାଳିତ ପଶୁଙ୍କୁ ନଦୀ ପାଖକୁ ନ ଛାଡିବାକୁ କୁହାଯାଇଛି ।

Share