ଅସ୍ତିତ୍ୱ ହରାଉଛି ଜୀରାନଦୀ, ପଶୁଛି ନର୍ଦ୍ଦମାପାଣି

ବରଗଡ଼,୨୪।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଦେଇ ବହି ଯାଇଛି ଜୀରାନଦୀ। ଏହି ନଦୀକୁ ବରଗଡ଼ର ଜୀବନ ରେଖା ବୋଲି କୁହାଯାଏ। ମାତ୍ର ଦିନକୁ ଦିନ ଜୀରାନଦୀ ଅସ୍ତିତ୍ୱ ହରାଇ ବସିଛି। ଗୋଟିଏ ପଟେ ନଦୀକୁ ଜବରଦଖଲକାରୀମାନେ ମାଡ଼ି ବସିଛନ୍ତି। ଅନ୍ୟପଟେ ନଦୀଗର୍ଭରେ ରହିଥିବା ବାଲି ଉପରେ ମାଫିଆଙ୍କ ନଜର ପଡ଼ିଥିବାବେଳେ ନଦୀକୁ ସହରରୁ ନିଷ୍କାସିତ ନର୍ଦ୍ଦମା ପାଣି ପ୍ରବେଶ କରିବା ଚିନ୍ତାର ବିଷୟ ପାଲଟିଛି। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ଜୀରାନଦୀର ସୁରକ୍ଷା ପାଇଁ ରବିବାର ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ଜୀରାନଦୀ ବଞ୍ଚାଅ ଆନ୍ଦୋଳନ ଆରମ୍ଭ କରିଛି। ସେହିପରି ଜିଲାପାଳ ଆଦତ୍ୟ ଗୋୟଲ ବିଭାଗୀୟ ଅଧିକାରୀଙ୍କୁ ଧରି ଜୀରାନଦୀ ପରିଦର୍ଶନ ସହିତ ନଦୀର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବା ପ୍ରକ୍ରିୟା ଆରମ୍ଭ କରିଛନ୍ତି।
ଜୀରାନଦୀ କୂଳରେ ବରଗଡ଼ ମ୍ୟୁନିସିପାଲିଟି ଏବଂ ବରଗଡ଼ ବ୍ଲକ ଅନ୍ତର୍ଗତ ଅନେକ ୱାର୍ଡ଼ ରହିଛି। ସେହି ୱାର୍ଡବାସୀ ଏହି ନଦୀର ପାଣି ଉପରେ ମୁଖ୍ୟତଃ ନିର୍ଭର କରି ଆସୁଛନ୍ତି। ଏପରିକି ଖରାଦିନେ ନଦୀଗର୍ଭରେ ବାଲିଚୂଆ ଖୋଲି ମହିଳାମାନେ ପାଣି ସଂଗ୍ରହ କରିଥାନ୍ତି। ସେହିପରି ଏହି ନଦୀରୁ ବରଗଡ଼ ସହର ସମେତ ବିଭିନ୍ନ ଗ୍ରାମକୁ ପାଇପ୍‌ ଜଳ ଯୋଗାଇ ଦିଆଯାଉଛି। ଅପରପକ୍ଷେ ସହରରୁ ନିଷ୍କାସିତ ନର୍ଦ୍ଦମା ପାଣି ମଧ୍ୟ ଜୀରାନଦୀକୁ ଯାଇ ମିଶୁଛି। ଏପରିକି ନଦୀରେ କୁଢ଼କୁଢ଼ ମଇଲା, ଆବର୍ଜନା ପଡ଼ି ରହୁଛି। ଏଭଳିସ୍ଥଳେ ନଦୀପାଣି ବ୍ୟବହାର ଉପଯୋଗୀ ହୋଇପାରୁ ନାହିଁ। ମାତ୍ର ସଚେତନତାର ଅଭାବ ଏବଂ ଅନ୍ୟ ବିକଳ୍ପ ବ୍ୟବସ୍ଥା ନଥିବାରୁ ଏହି ପାଣିକୁ ସ୍ନାନ ଆଦି କାର୍ଯ୍ୟରେ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି।
ଏହି ଦୃଷ୍ଟିରୁ ଜୀରାନଦୀର ସୁରକ୍ଷା ପାଇଁ ସ୍ଥାନୀୟ ଲୋକେ ଦୀର୍ଘଦିନରୁ ଦାବି କରି ଆସୁଛନ୍ତି। ଦାବି ଜୋର୍‌ ଧରିବା ସମୟରେ ବିଭାଗୀୟ ଅଧିକାରୀମାନେ ଚିରାଚରିତ ଢଙ୍ଗରେ କ୍ଷେତ୍ର ପରିଦର୍ଶନ କରୁଛନ୍ତି ଏବଂ ନଦୀର ସୁରକ୍ଷା ପାଇଁ ବିହିତ ପଦକ୍ଷେପ ନିଆଯିବ ବୋଲି ସହରବାସୀଙ୍କୁ ଆଶ୍ୱାସନା ଦେଇ ଆସୁଛନ୍ତି। ଏପରିକି ସହରରୁ ନିଷ୍କାସିତ ନର୍ଦ୍ଦମା ପାଣିକୁ ଟ୍ରିଟମେଣ୍ଟ ପ୍ଲାଣ୍ଟ ଦ୍ୱାରା ସଫା କରାଯିବା ପରେ ନଦୀକୁ ଛଡ଼ାଯିବ ବୋଲି ମଧ୍ୟ ବହୁପୂର୍ବରୁ ବିଭାଗୀୟ ଅଧିକାରୀମାନେ କହି ଆସୁଛନ୍ତି। ମାତ୍ର ତାହା ଯେଉଁ ତିମିରେକୁ ସେହି ତିମିରେ ରହି ଆସିଛି ଏବଂ ନଦୀପାଣି ପ୍ରଦୂଷିତ ହେବାରେ ଲାଗିଥିବାବେଳେ ସ୍ଥାନୀୟ ଲୋକେ ମଧ୍ୟ ସେହି ଦୂଷିତ ପାଣିକୁ ବ୍ୟବହାର କରି ଆସୁଛନ୍ତି।
ତେବେ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଙ୍ଗଠନ ଜୀରାନଦୀର ସୁରକ୍ଷା ଦାବି କରିଛି। ଏହି ଦାବି ନେଇ ସଂଗଠନର ରାଜ୍ୟ ଅଧ୍ୟକ୍ଷ ସୁଦର୍ଶନ ଦାସ, ଜିଲା ସଂଯୋଜକ ପାଣ୍ଡବ କର୍ଣ୍ଣ, କିଶୋର ସାହୁଙ୍କ ନେତୃତ୍ୱରେ ଅନ୍ୟ ସଦସ୍ୟମାନେ ପଦଯାତ୍ରା ସହିତ ଜୀରାନଦୀକୁ ଯାଇଥିଲେ। ସେଠାରେ ସେମାନେ ଜୀରାନଦୀର ସୁରକ୍ଷା ପାଇଁ ହାତରେ ପାଣି ଧରି ଶପଥ ନେଇଥିଲେ। ସମ୍ବିଧାନ ସୁରକ୍ଷା ମଞ୍ଚର ଆବାହକ ପବିତ୍ର ଦେହେରୀ, ଗୋବିନ୍ଦ ଶର୍ମା, ରାଜେନ୍ଦ୍ର ସିକନ୍ଦର, ସରୋଜ ନାଏକଙ୍କ ସମେତ ବିଭିନ୍ନ ସଙ୍ଗଠନର ପ୍ରତିନଧି ସେଠାକୁ ପହଞ୍ଚତ୍ ସମର୍ଥନ ଜଣାଇଥିଲେ। ଅନ୍ୟପଟେ ବରଗଡ଼ ଜିଲାପାଳ ଗୋୟଲ, ଉପଜିଲାପାଳ ପ୍ରସନ୍ନ କୁମାର ପାଣ୍ଡେ, ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଅରୁଣ ପାଣ୍ଡେ, ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବାନନ୍ଦ ସାହୁ ପ୍ରମୁଖ ମଧ୍ୟ ଜୀରାନଦୀ ପରିଦର୍ଶନ କରିଥିଲେ। ଡ୍ରେନ ଯୋଗେ ଯାଉଥିବା ନର୍ଦ୍ଦମା ପାଣି ଯେଭଳି ସିଧାସଳଖ ନଦୀପାଣିରେ ମିଶିବ ନାହିଁ ଏବଂ ଏହାକୁ ଏଡ଼ାଇବା ପାଇଁ ଟ୍ରିଟମେଣ୍ଟ ପ୍ଲାଣ୍ଟ କରାଯିବା ଦିଗରେ ପଦକ୍ଷେପ ନିଆଯିବ ବୋଲ ଜିଲାପାଳ ଗୋୟଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତହଉର ରାଣାଙ୍କୁ ପ୍ରତ୍ୟର୍ପଣ କଲା ଆମେରିକା, ଆସନ୍ତାକାଲି ଭାରତରେ ପହଞ୍ଚତ୍ପାରନ୍ତି

ନୂଆଦିଲ୍ଲୀ,୯ା୪: ୨୦୦୮ ମୁମ୍ବାଇ ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ୍‌ ତହଉର ହୁସେନ୍‌ ରାଣାଙ୍କ ସବୁ ପ୍ରକାର ଆଇନଗତ ବିକଳ୍ପ ଶେଷ ହୋଇଯିବା ପରେ ଆମେରିକା ତାଙ୍କୁ ଭାରତକୁ...

ସିଆରପିଏଫ ୧୨୭ ବାଟାଲିୟନ ପକ୍ଷରୁ ବୀରତ୍ୱ ଦିବସ ପାଳିତ

ବାଲିଗୁଡ଼ା,୯।୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ସ୍ଥିତ ସିଆରପିଏଫ’ର ୧୨୭ ବାଟାଲିୟନ ପକ୍ଷରୁ ସାହସୀ ସୈନିକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦେଶ୍ୟରେ କ୍ୟାମ୍ପ ପରିସରରେ...

ସ୍ୱାମୀ ସ୍ତ୍ରୀ କଳହରୁ ଡିନାମାଇଟ ବିସ୍ଫୋରଣ: ଉଡ଼ିଲା ଛାତ ଅଳ୍ପକେ ବର୍ତ୍ତିଲେ ୩ ପରିବାର

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କୁଶପଡା ଗ୍ରାମ କାଳିଞ୍ଜୀ ସାହିରେ ବୁଧବାର ଅପରାହ୍ନ ପ୍ରାୟ ୨ ଟାରେ ବୋମା ବିସ୍ଫୋରଣରେ ୩ ଘରର...

ବେଆଇନ ମହୁଲ ଫୁଲ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କୁ ଅବକାରୀ ବିଭାଗର ଚାବୁକ

ଦାରିଙ୍ଗବାଡି,୯।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ଏକ ବେଆଇନ ମହୁଲ ଗୋଦାମରେ ଚଢ଼ାଉ କରି ପ୍ରାୟ ୫୦ ଛୋଟ...

ବଲାଙ୍ଗୀରରେ ଶିଶୁ ବିକ୍ରି, ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଡିଲ୍

ବଲାଙ୍ଗୀର,୯।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଏକ ନବଜାତ ଶିଶୁ ପୁତ୍ର ବିକ୍ରି ପାଇଁ ଡିଲ୍ ହୋଇଥିବା ଜଣାପଡିଛି। ଶିଶୁପୁତ୍ରକୁ ଟଙ୍କା...

କେନ୍ଦ୍ରମନ୍ତ୍ରୀଙ୍କ ଜିତନ ରାମ ମାଞ୍ଝିଙ୍କ ନାତୁଣୀଙ୍କୁ ଗୁଳିକରି ହତ୍ୟା କଲେ ସ୍ୱାମୀ

ନୂଆଦିଲ୍ଲୀ,୯।୪: ବୁଧବାର ବିହାରର ଗୟାରେ କେନ୍ଦ୍ରମନ୍ତ୍ରୀ ଜିତନ ରାମ ମାଞ୍ଝିଙ୍କ ନାତୁଣୀଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଛନ୍ତି। ଏହି ଘଟଣା ଘଟିଥିଲା ​​ଯେତେବେଳେ...

ଏୟାର ଇଣ୍ଡିଆ ବିମାନରେ ପରିଚାଳନା ନିର୍ଦ୍ଦେଶକଙ୍କ ଉପରେ ପରିଶ୍ରା କରିଦେଲେ ମଦ୍ୟପ ବ୍ୟକ୍ତି

ନୂଆଦିଲ୍ଲୀ,୯।୪: ଦିଲ୍ଲୀରୁ ବ୍ୟାଙ୍ଗକକ୍ ଅଭିମୁଖେ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନରେ ଜଣେ ଭାରତୀୟ ମଦ୍ୟପ ଅବସ୍ଥାରେ ସହଯାତ୍ରୀଙ୍କ ଉପରେ ପରିଶ୍ରା କରିଦେଇଥିବା ଜଣାପଡିଛି। ଏୟାର...

ସରକାରୀ ଶିକ୍ଷାନୁଷ୍ଠାନରେ ନିର୍ଯାତନାର ଶିକାର ହେଉଛନ୍ତି ଛାତ୍ରୀଛାତ୍ର, ଶିକ୍ଷାମନ୍ତ୍ରୀ ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା,୯ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଥିବା ବିଭିନ୍ନ ପ୍ରାଥମିକ ସ୍କୁଲଠାରୁ ହାଇ ସ୍କୁଲ ଯାଏ ବିଭିନ୍ନ ସ୍କୁଲରେ ଛାତ୍ରୀଛାତ୍ର ନିର୍ଯାତନାର ଶିକାର ହେଉଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image