ସାକ୍ଷୀଗୋପାଳ,୨୬ା୩(ଡି.ଏନ୍.ଏ.): ଭୁବନେଶ୍ୱର-ପୁରୀ ୩୧୬ ନଂ ଜାତୀୟ ରାଜପଥର ସାକ୍ଷୀଗୋପାଳ କଲେଜ ଛକ ନିକଟରେ ଅଟକିଥିବା ଏକ ମାଲ୍ ବୋଝେଇ ହାଇଓ୍ବା ପଛରେ ଅନ୍ୟ ଏକ ରେଡିମିକ୍ସ ସିମେଣ୍ଟ କଙ୍କ୍ରିଟ ଟ୍ରକ୍ ଶନିବାର ଭାରସାମ୍ୟ ହରାଇ ପିଟି ହୋଇଥିଲା। ଦୁର୍ଘଟଣାରେ ଟ୍ରକ ଚାଳକ ଓ ସହାୟକ କିଛି ସମୟ ପର୍ଯ୍ୟନ୍ତ ଚାପି ହୋଇ ରହିଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ସାକ୍ଷୀଗୋପାଳ ଅଗ୍ନିଶମ କର୍ମଚାରୀମାନେ କଟର ମେଶିନରେ ଟ୍ରକର କିଛି ଅଂଶ କାଟି ସେମାନଙ୍କୁ ଉଦ୍ଧାର କରିଥିଲେ। ସହାୟକ କ୍ଷୀରୋଦ ଭୋଇଙ୍କୁ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି କରାଯାଇଥିବା ବେଳେ ଚାଳକ ତାପସଙ୍କୁ ସାକ୍ଷୀଗୋପାଳ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଓଡି ୧୩ ୦୫୯୩ ଏବଂ ଓଡି ୩୩ ଏଡି ୩୪୬୫ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ପୋଲିସ ଜବତ କରିଛି।