ଶ୍ରୀନଗର,୨୮।୧୦: ଜମ୍ମୁ କଶ୍ମୀରର ଡୋଡା ଠାରେ ଏକ ସଡକ ଦୁର୍ଘଟଣା ଘଟିଛି। ଏଥିରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ସକାଳେ ଥାଟ୍ରି-ଡୋଡା ରାସ୍ତାରେ ସୁଇ ଗାୱାରୀରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ଟଡ୍ରାଇଭର ସୁଇ ଗାୱାରୀରେ ଗାଡିର ନିୟନ୍ତ୍ରଣ ହରାଇବାରୁ ଗାଡିଟି ଏକ ଗଭୀର ଘାଟରେ ଖସି ଯାଇଥିଲା। ଆହତମାନଙ୍କୁ ଚିକିତ୍ସା ପାଇଁ ଜିଏମସି ଡୋଡାକୁ ନିଆଯାଇଥିଲା। ସେନା ଏବଂ ପୋଲିସ ଅଧିକାରୀ ପକ୍ଷରୁ ଘଟଣାସ୍ଥଳରେ ପହଞ୍ଚି ରିଲିଫ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସଡ଼କ ଦୁର୍ଘଟଣାକୁ ଦୁଃଖ ପ୍ରକାଶ କରିଛନ୍ତି। ସେ ଟୁଇଟ୍ କରି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।
Saddened by the road accident near Thatri, Doda in Jammu and Kashmir. In this hour of grief, I convey my condolences to the bereaved families.
I pray that the people who have been injured recover at the earliest: PM @narendramodi
— PMO India (@PMOIndia) October 28, 2021