ମନ୍ଦିରରୁ ମସ୍‌ଜିଦ ରାସ୍ତା ହେଲା ଆଲୋକିତ

ଖଇରା, ୭ା୫ (ଡି.ଏନ.ଏ.) ବାଲେଶ୍ୱର ଜିଲା ବିଶିଷ୍ଟ ଯୋଗ ପ୍ରଚାରକ ତଥା ଆଜନ୍ମ ବ୍ରହ୍ମଚାରୀ ଖଇରା ବ୍ଲକ ଝିଙ୍କିରିଆ ପଞ୍ଚାୟତ ଭୋଗୁପୁର ଗ୍ରାମର ମୁକ୍ତିକାନ୍ତ ପାଣିଗ୍ରାହୀ ବିଭିନ୍ନ ଗାଁ, ସ୍କୁଲ, କଲେଜ ତଥା ସ୍ବାସ୍ଥ୍ୟକେନ୍ଦ୍ର ବୁଲି ଯୋଗଶିକ୍ଷା ପ୍ରଦାନ କରିଥାନ୍ତି। ହେଲେ ତାଙ୍କର ନିଆରା କାର୍ଯ୍ୟ ପାଇଁ ସେ ସାଧାରଣରେ ପ୍ରଶଂସିତ ହୋଇଛନ୍ତି। ଏବେ ସେ ନିଜ ଅର୍ଥରୁ ଭୋଗୁପୁର ଶିବମନ୍ଦିରଠାରୁ ଝିଙ୍କିରିଆ ଗ୍ରାମରେ ଥିବା ମସଜିଦ୍‌ ପର୍ଯ୍ୟନ୍ତ ରାସ୍ତାରେ ଉଜ୍ଜଳ ଆଲୋକ ବ୍ୟବସ୍ଥା କରିଛନ୍ତି ା ୬ଦିନ ଧରି ଗ୍ରାମର ଯୁବଗୋଷ୍ଠୀଙ୍କ ସହଯୋଗରେ ବିଭିନ୍ନ ବିଦ୍ୟୁତ ଖୁଣ୍ଟରେ ବଲ୍‌ବ ଲଗାଇବା କାର୍ଯ୍ୟ ବୁଧବାର ଶେଷ କରିଛନ୍ତି ା ଏଥିପାଇଁ ତାଙ୍କୁ ୧୮ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଛି। ଏ ସମ୍ପର୍କରେ ମୁକ୍ତିକାନ୍ତଙ୍କୁ ଯୋଗାଯୋଗ କରାଯିବାରୁ ଉଭୟ ଧର୍ମପୀଠକୁ ବର୍ଷସାରା ଭକ୍ତଙ୍କ ଯାତାୟାତ ଲାଗି ରହିଥାଏ। ଅନେକ ସମୟରେ ଗ୍ରାମରେ ଚୋରି ଭୟ ଲାଗି ରହୁଥିଲା ା ଏଣୁ ସେ ବହୁଦିନରୁ ଏହି ରାସ୍ତାରେ ଆଲୋକ ବ୍ୟବସ୍ଥା କରିବାକୁ ମନରେ ଚିନ୍ତା କରିଥିଲେ। ନିଜ ଖର୍ଚ୍ଚରୁ କିଛି କିଛି ଅର୍ଥ ସଞ୍ଚୟ କରୁଥିଲେ। ଏଥିପାଇଁ ୧୮ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। ଆଉ କିଛି ବଲ୍‌ବ ଲାଗିବା କାମ ବାକି ଅଛି। ଅର୍ଥ ଯୋଗାଡ କରି ଏହାକୁ ସମ୍ପୂର୍ଣ୍ଣ କରିବାକୁ ଉଦ୍ୟମ କରିବେ ବୋଲି କହିଛନ୍ତି। ଦିଲୀପ ପଲେଇ, ଦୁଃଖା ଖାଁ, ଶେଖ ରଜତ, ଏସ୍‌.କେ. ସାଜନ, ଅହମ୍ମଦ ସାହାଜି, ଶେଖ ରମଜାନ, ଶେଖ ମୁସଲିନ, ଉମେଶ ବାରିକ ଓ ଦିଲୀପ ବେହେରାଙ୍କ ସମେତ ବହୁ ଯୁବଗୋଷ୍ଠୀ ତାଙ୍କୁ ସହାୟତା ଦେଇଥିଲେ।