ଖରାପ ହୋଇ ପଡ଼ିଥିଲା ରାସ୍ତା: ନିର୍ମାଣ କଲେ ମହିଳା ସଂଘ, ପ୍ରବାସୀ ଶ୍ରମିକ

ଛତ୍ରପୁର,୨୯।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ହେଡକ୍ୱାର୍ଟର୍ସ ଛତ୍ରପୁର ଏନ୍‌ଏସିର ରାମନଗର ଦ୍ୱିତୀୟ ଲେନ୍‌ର ରାସ୍ତା ଖରାପ ହୋଇଯାଇଥିଲା। ରାସ୍ତାର ବିଭିନ୍ନ ସ୍ଥାନରେ ଗର୍ତ୍ତ ହୋଇ ପାଣି ଜମି ରହୁଥିଲା। ତେଣୁ ଉକ୍ତ ରାସ୍ତା ଦେଇ ଯାତାୟାତ କରୁଥିବା ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା। ତେବେ ଏନଏସି ପକ୍ଷରୁ ଚାଲିଥିବା ସହରାଞ୍ଚଳ ମଜୁରୀ ନିଯୁକ୍ତି ଯୋଜନାରେ ମହିଳା ସଂଘର ସଦସ୍ୟା ଓ ପ୍ରବାସୀ ଶ୍ରମିକମାନେ ଉକ୍ତ ରାସ୍ତାକୁ ନିର୍ମାଣ କରିଛନ୍ତି। ଏ ନେଇ ଛତ୍ରପୁର ଏନ୍‌ଏସି ନିର୍ବାହୀ ଅଧିକାରୀ ଏନ୍‌ ଗଣେଶ ବାବୁ ଏହାର ପ୍ରଶଂସା କରବା ସହ ବୁଧବାର ଟୁଇଟ କରି ସୂଚନା ଦେଇଛନ୍ତି।

Share