କୁଆଁରମୁଣ୍ଡା,୨୭ା୭(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ କାଲୋସିହିରିଆ ପଞ୍ଚାୟତ ଯୋଯୋ ବସ୍ତିରେ ନିର୍ମାଣ ହୋଇଥିବା ଢଳେଇ ରାସ୍ତାଟି ସମ୍ପୂର୍ଣ୍ଣ ନିମ୍ନମାନର ହୋଇଥିବା ନେଇ ଗତ ୨୧ ତାରିଖରେ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ବ୍ଲକ ପ୍ରଶାସନ ଏହାକୁ ଗୁରୁତ୍ୱର ସହ ନେଇଥିଲା। ଏହାପରେ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ତଣ୍ଡଗଣିବା ସ୍ବରୁପ ତୁରନ୍ତ ଉକ୍ତ ରାସ୍ତାକୁ ଭାଙ୍ଗି ପୁନଃନିର୍ମାଣ କରିଛନ୍ତି। ରାସ୍ତାଟି ନୂତନଭାବେ ନିର୍ମାଣ ହେଲା ପରେ ସ୍ଥାନୀୟ ଆଦିବାସୀ ଖୁସିବ୍ୟକ୍ତ କରିଛନ୍ତି।