ଘରପିଣ୍ଡାରୁ ଓହ୍ଲାଇଲେ ରାସ୍ତା କାଦୁଅ

ଡେରାବିଶ,୧ା୭(ବେବର୍ତ୍ତା ଅଜୟ ଦାସ): ସ୍ବାଧୀନତାର ୭୬ବର୍ଷ ପରେ ମଧ୍ୟ ଗ୍ରାମକୁ ରାସ୍ତା ନାହିଁ। ମୁନ୍ଦାଏ ବର୍ଷା ହେଲେ ସାହି ଭିତର ରାସ୍ତାଟି ପାଣି କାଦୁଅରେ ଭର୍ତ୍ତି ହୋଇଯାଉଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଏଣ୍ଡର ପଞ୍ଚାୟତ ଏଣ୍ଡର (ମହାନ୍ତି ସାହି) ୧୩ ନଂ. ୱାର୍ଡ଼ରେ। ଏହି ୱାର୍ଡ଼ରେ ଥିବା ୧୫ରୁ ଊର୍ଦ୍ଧ୍ୱ ପରିବାର ଦୀର୍ଘବର୍ଷ ହେଲା ଏହି ସମସ୍ୟା ଘେରରେ ରହିଛନ୍ତି। ଗାଁକୁ ରାସ୍ତାଟିଏ ନିର୍ମାଣ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ସରପଞ୍ଚଙ୍କଠାରୁ ଜିଲାପାଳଙ୍କ ଯାଏ କେତେ ଯେ ଗୁହାରି କଲେଣି ସେ ଦିଗରେ ପ୍ରଶାସନିକ ପଦକ୍ଷେପ କିନ୍ତୁ ଶୂନ। ପିଣ୍ଡାରୁ ଓହ୍ଲାଇଲେ କାଦୁଅରେ ଗୋଡ଼ ପଡ଼େ। ଗାଁରୁ ବାହାରକୁ ଯିବାକୁ ହେଲେ କାଦୁଅ ମଧ୍ୟରେ ଚାଲି ଚାଲି ୫୦୦ ଫୁଟ ଯାଏ ଗଲେ ରାସ୍ତାଟି ସଂଯୋଗ କରିଥିବା ଗାଁ ୮ ନଂ. କେନାଲ ବନ୍ଧ ରାସ୍ତା ଦେଇ ବାହାରକୁ ଯିବାକୁ ପଡ଼େ। ଏଥିସହ ଯଦି ଦି’ ଅସରା ବର୍ଷା ହୋଇଗଲା ଗ୍ରାମ ମଧ୍ୟରେ ଥିବା ପରିବାର ସଦସ୍ୟମାନେ କେବଳ ଘର ଭିତରେ ଅଟକି ରୁହନ୍ତି ବୋଲି ପୂର୍ବତନ ସରପଞ୍ଚ ରଜନୀକାନ୍ତ ମହାନ୍ତି କହିଛନ୍ତି। ଗାଁର ପ୍ରାଥମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀଛାତ୍ରଙ୍କ ପାଇଁ ଏହି ରାସ୍ତାଟି ବାଧକ ସାଜିଛି। ଏ ସମ୍ପର୍କରେ ଜିଲାପାଳଙ୍କ ଜନଶୁଣାଣି ଶିବିରଠାରୁ ଆରମ୍ଭ କରି ପଞ୍ଚାୟତରେ ଅନୁଷ୍ଠିତ ହେଉଥିବା ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମରେ ମଧ୍ୟ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି। ରାସ୍ତା ନିର୍ମାଣ ପାଇଁ ପ୍ରଶାସନିକ ଅଧିକାରୀଙ୍କ ପ୍ରତିଶ୍ରୁତି କେବଳ ପାଣିରେ ଗାର ସଦୃଶ ହୋଇଛି। କେବଳ ସେତିକି ନୁହେଁ, ଗାଁରେ କୌଣସି ପୁଅ କିମ୍ବା ଝିଅର ବିବାହ ଉତ୍ସବ ବେଳେ ଯଦି ଦୁଇ ଅସରା ବର୍ଷା ହୋଇଗଲା ତେବେ ଗାଁକୁ ଆସୁଥିବା ବର, ଗାଁରୁ ବାହାରୁଥିବା ବରକନ୍ୟାଙ୍କ ପାଇଁ ଏହି ରାସ୍ତାଟି ଏକ ବିରାଟ ପ୍ରତିବନ୍ଧକ ସାଜିଥାଏ। ଏ ସମ୍ପର୍କରେ ବିଡିଓ ଦାଶରଥି ଜେନାଙ୍କୁ ପଚାରିବାରେ ଏଭଳି ସମସ୍ୟା ଉପରେ ତାଙ୍କ ନିକଟରେ କୌଣସି ଖବର ନ ଥିଲା। ତେବେ ଖୁବ୍‌ଶୀଘ୍ର ସେ ଗ୍ରାମକୁ ଯାଇ ଅନୁଧ୍ୟାନ କରିବା ପରେ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତିପାହିଲେ ଘୋଷଯାତ୍ରା; ତିନି ରଥକୁ ବିଜେ ହେଲା ଆଜ୍ଞାମାଳ

ପୁରୀ, ୫।୭(ଅଜିତ୍‌ କୁମାର ମହାନ୍ତି): ରବିବାର ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ତେଣୁ ପରମ୍ପରା ଅନୁଯାୟୀ, ଶନିବାର ରଥଖଳାରୁ ଶ୍ରୀମନ୍ଦିର ନିକଟକୁ ତିନିରଥ ଟଣାହେବ। ପଟି ଦିଆଁଙ୍କଠାରୁ...

କୁସୁମା ବଙ୍ଗଳା କାହାର: ବଢ଼ୁଛି ଚର୍ଚ୍ଚା, ସ୍ପଷ୍ଟୀକରଣ ରଖିଲେ…

ଯାଜପୁର,୬।୭: ଯାଜପୁର କୁସୁମାରେ ଥିବା ବିବାଦୀୟ ବଙ୍ଗଳାକୁ ନେଇ ଚର୍ଚ୍ଚା ବଢ଼ୁଥିବା ବେଳେ ଏଗୁଡିକ କାହାର ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।  ତେବେ ଶନିବାର...

ରତ୍ନ ଭଣ୍ଡାର ଖୋଲିବା ନେଇ ଜଗତଗୁରୁ  ଶଙ୍କରାଚାର୍ଯ୍ୟଙ୍କ ବିସ୍ଫୋରକ ବୟାନ: କହୁକହୁ କହିଦେଲେ…

ଭୁବନେଶ୍ୱର,୬।୭: ରତ୍ନ ଭଣ୍ଡାର ଖୋଲିବା ନେଇ ପୁରୀ ଶଙ୍କରାଚାର୍ଯ୍ୟ ଏକ ବଡ଼ ଏବଂ ବିସ୍ଫୋରକ ବୟାନ ଦେଇଛନ୍ତି। ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି,‘ସୁପ୍ରିମକୋର୍ଟଙ୍କ ଜଜମେଣ୍ଟ ଅଛି, ଯେ...

ଝାଡୁ ଧରି ବଡ଼ଦାଣ୍ଡ ସଫା କଲେ ଭାଜପା ଏମ୍‌ପି: କହିଲେ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗକୁ…

ପୁରୀ,୬।୭: ରବିବାର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ତିନି ରଥ ପ୍ରସ୍ତୁତ। ରଥଯାତ୍ରାକୁ ଦୃଷ୍ଟିରେ ରଖି ଶନିବାର ବଡଦାଣ୍ଡରେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ...

ଶରଧାବାଲି ସଫେଇ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି: ଝାଡୁ କରିବାର କାରଣ ବଖାଣିଲେ…

ପୁରୀ,୬।୭: ଆଉ ମାତ୍ର ଦିନକ ପରେ ରଥଯାତ୍ରା। ଏଥିପାଇଁ ସବୁକିଛି ପ୍ରସ୍ତୁତ ସରିଛି। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶରଧାବାଲିରେ ପହଞ୍ଚି ସଫେଇ କରିଛନ୍ତି।...

ଧକ୍କାଦେଲା ଆମ୍ବୁଲାନ୍ସ: ବାପାଙ୍କ ଆଗରେ ଚାଲିଗଲା ପୁଅ ଜୀବନ

ଝରିଗାଁ,୬।୭: ନବରଙ୍ଗପୁରର ଝରିଗାଁରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ୧୦୮ ଆମ୍ବୁଲାନ୍ସ ଧକ୍କାରେ ୮ ବର୍ଷର ପୁଅର ମୃତ୍ୟୁ ଘଟିଥିବାବେଳେ ବାପା ଗୁରୁତର ଆହତ ହୋଇଛନ୍ତି।...

ବାବା ବଳିଆଙ୍କ ସତର୍କବାଣୀ: ଏମିତି କାମ ନ କଲେ ପରିସ୍ଥିତି ହୋଇଯିବ ଅସମ୍ଭାଳ

ବଲାଙ୍ଗୀର,୬ା୭(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀରର ଏକ ହୋଟେଲ ରେ ଶୁକ୍ରବାର ଅନନ୍ତ ବଳିଆ ଟ୍ରଷ୍ଟ ପକ୍ଷରୁ ବାବା ବଳିଆ ଖବରଦାତା ସମ୍ମିଳନୀ ଡାକି ପରିବେଶ, ଗଣତନ୍ତ୍ର ଓ...

କର୍ମଚାରୀଙ୍କୁ ତାଗିଦ କଲେ ବିଧାୟକ, ଭତ୍ତା ପ୍ରଦାନରେ….

ଘଣ୍ଟାପଡ଼ା, ୬ା୭(ପ୍ରଭାତ କୁମାର ସାହୁ):ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନମଣ୍ଡଳୀର ନବ ନିର୍ବାଚିତ ବିଧାୟକ କହ୍ନେଇ ଚରଣ ଡାଙ୍ଗ ବୁଧବାର ପ୍ରଥମ କରି କଣ୍ଟାମାଳ ବ୍ଲକକୁ ପରିଦର୍ଶନରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri