ଧରିତ୍ରୀ ପ୍ରଭାବ: ରାସ୍ତା ମରାମତି କଲା ଆର୍‌ଡି ବିଭାଗ

କେସିଙ୍ଗା,୨୨ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଦେଓଗାଁ ଗ୍ରାମ ପଞ୍ଚାୟତ ଅଧିନସ୍ଥ ମାଟିଆ ଗ୍ରାମର ମୁଖ୍ୟ ରାସ୍ତାରେ ଆଣ୍ଠୁଏ ବର୍ଷା ପାଣି ଜମି ରହୁଥିବାରୁ ସ୍କୁଲ ଛାତ୍ରୀଛାତ୍ର ଆଣ୍ଠୁଏ ପାଣି କାଦୁଅ ପାଣିରେ ସ୍କୁଲ ଯାଉଥିଲେ। ‘ମୁଖ୍ୟ ରାସ୍ତା ଉପରେ ଆଣ୍ଠୁଏ ପାଣି, ସ୍କୁଲଯିବାରେ ଛାତ୍ରୀଛାତ୍ରଙ୍କ ସମସ୍ୟା’ ଶୀର୍ଷକ ଖବର ଶୁକ୍ରବାର ‘ଧରିତ୍ରୀ’ରେ ପ୍ରକାଶ ପାଇବା ପରେ ଆର୍‌ଡ଼ି ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ମରାମତି ଚାଲିଛି। ଆର୍‌ଡ଼ି ବିଭାଗର ଠିକାଦାରଙ୍କ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ମାଟିଆ ମୁଖ୍ୟ ରାସ୍ତାରେ ଶନିବାର ମାଟି କାମ କରାଯାଇଛି। ଆସନ୍ତାକାଲି ଅର୍ଥାତ୍‌ ରବିବାର କ୍ରସର ଗୁଣ୍ଡ ପକାଯିବ ବୋଲି ବିଭାଗୀୟ ଯନ୍ତ୍ରୀ ପ୍ରକାଶ କରିଛନ୍ତି। ସ୍କୁଲ ଛାତ୍ରୀଛାତ୍ର ତଥା ଗ୍ରାମବାସୀ ଶନିବାରଠାରୁ ସେହି ମୁଖ୍ୟ ରାସ୍ତ ସୁରୁଖୁରୁରେ ଭାବେ ଯିବାଆସିବା କରିପାରିବେ ବୋଲି ଆରଡ଼ି ବିଭାଗ ଯନ୍ତ୍ରୀ ପ୍ରକାଶ କରିଛନ୍ତି। ଗତ ଗୁରୁବାର ଗ୍ରାମବାସୀ ଆର୍‌ଡ଼ି ବିଭାଗ ଯନ୍ତ୍ରୀ, କେସିଙ୍ଗା ବିଡିଓ, ସ୍ଥାନୀୟ ସରପଞ୍ଚଙ୍କୁ ଅଭିଯୋଗ କରିଥିଲେ ସୁଦ୍ଧା କେହି କର୍ଣ୍ଣପାତ କରି ନ ଥିଲେ। ଧରିତ୍ରୀରେ ଏ ସଂକ୍ରାନ୍ତରେ ଖବର ପ୍ରସାରଣ ପରେ ଆର୍‌ଡ଼ି ବିଭାଗର ତତ୍ତ୍ୱାବଧାନରେ ମୋରମ ପକାଇ ରାସ୍ତା ମରାମତି କରିଥିବାରୁ ଛାତ୍ରୀଛାତ୍ର ସୁରୁଖୁରୁରେ ଯିବା ଆସିବା କରିପାରିବେ।
ଏ ସଂକ୍ରାନ୍ତରେ ଆର୍‌ଡ଼ି ବିଭାଗର ଯନ୍ତ୍ରୀ ଶୁଖିଶ୍ୟାମ ନାଏକଙ୍କୁ ପଚାରିବାରୁ ମୋରମ ଶନିବାର ପକା ଯାଇଛି। ରବିବାର ମୋରମ ଉପରେ ପଥର ଗୁଣ୍ଡ ଦେଇ ମରାମତି କରାଯ

Share