ସୌନ୍ଦର୍ଯ୍ୟ ହରାଇଛି ରାସ୍ତାକଡ଼ ଷ୍ଟାଚ୍ୟୁ

ରାଉରକେଲା,୨୯।୧୨(ଦିନେଶ ମିଶ୍ର): ରାଉରକେଲାରେ ପୁରୁଷ ହକି ବିଶ୍ୱକପ୍‌ ସମୟରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସହରର ସୌନ୍ଦର୍ଯ୍ୟକରଣ କରାଯାଇଥିଲା। ଏହି କ୍ରମରେ ରିଂରୋଡ୍‌ରେ ଆଲୋକୀକରଣ ବ୍ୟବସ୍ଥା ସାଙ୍ଗକୁ ବିଭିନ୍ନ ଛକରେ ଷ୍ଟାଚ୍ୟୁମାନ ନିର୍ମାଣ କରାଯାଇଥଲା। ତେବେ ରକ୍ଷଣାବେକ୍ଷଣ ଅଭାବରୁ ବର୍ଷେ ନ ପୁରୁଣୁ ଏହି ଷ୍ଟାଚ୍ୟୁଗୁଡିକ ଭାଙ୍ଗିଗଲାଣି। ଏହା ରାଉରକେଲା ପାୱାରହାଉସ୍‌ ରିଂରୋଡ୍‌ ଓ ହନୁମାନ ବାଟିକା ଛକରେ ଦେଖିବାକୁ ମିଳିଛି। ଫଳରେ ଏହିସବୁ କାମର ମାନକୁ ନେଇ ନାନା ପ୍ରଶ୍ନ ଉଠିଛି।
ସୂଚନା ଅନୁସାରେ, ପାୱାରହାଉସ୍‌ ରିଂରୋଡ୍‌ ଛକ ରାସ୍ତାକଡ଼ରେ ଦର୍ଶକ ଓ ଖେଳାଳିମାନଙ୍କୁ ଆକୃଷ୍ଟ କରିବା ପାଇଁ ଏକ ଚିତାବାଘ, ହରିଣ, ମାଙ୍କଡର ସିମେଣ୍ଟ ଷ୍ଟାଚ୍ୟୁ କରାଯାଇଥିଲା। ଉକ୍ତ ଷ୍ଟାଚ୍ୟୁତଳେ ସ୍ବତନ୍ତ୍ର ଆଲୋକୀକରଣ ହୋଇଥିଲା। ଏହି ବାଟ ଦେଇ ବାଟୋଇମାନେ ଉକ୍ତ ସ୍ଥାନରେ ଅଟକି କିଛି ସମୟ ସେଲ୍‌ଫି ଉଠାଇବାର ମଜା ନେଉଥିଲେ। ସ୍ଥାନୀୟ ପ୍ରଶାସନ ପକ୍ଷରୁ ହକି ବିଶ୍ୱକପ୍‌କୁ ନେଇ ବିଭିନ୍ନ ଉନ୍ନତିମୂଳକ କାମ ଯୋଗୁ ସହରବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା। ମାତ୍ର ହକି ବିଶ୍ୱକପ୍‌ ସରିବା ପରେ ରକ୍ଷଣାବେକ୍ଷଣ ଅଭାବ ଯୋଗୁ ବର୍ତ୍ତମାନ ସେଗୁଡିକ ଅବ୍ୟବସ୍ଥାରେ ପଡି ରହିଛି। ଏହି ଛକରେ ଷ୍ଟାଚ୍ୟୁ ତଳେ ଲାଗିଥିବା ବହୁ ଲାଇଟ୍‌ ଜଳୁନାହିଁ। ମାଙ୍କଡ ଷ୍ଟାଚ୍ୟୁର ହାତ ଭାଙ୍ଗିଯାଇଛି। ସେହିଭଳି ହରିଣର ସିଙ୍ଗ ଓ ଲାଞ୍ଜ ଖସି ଯାଇଥିବାବେଳେ ବାଘ ଷ୍ଟାଚ୍ୟୁ ଭଗ୍ନ ଅବସ୍ଥାରେ ରହିଛି। ଅବହେଳିତ ହୋଇ ପଡି ରହିଥିବା ଷ୍ଟାଚ୍ୟୁ ପଛପଟେ ବିଭିନ୍ନ ସମୟରେ ଅସାମାଜିକଙ୍କ ଆଡ୍ଡା ଜମୁଛି।
ହନୁମାନ ବାଟିକା ଛକରେ ଥିବା ସେଲ୍‌ପି ପଏଣ୍ଟ ଷ୍ଟାଚ୍ୟୁ ଅଚଳ ହୋଇପଡିଛି। ସେଠାରେ ଥିବା ୱାଟର ଫାଉଣ୍ଟେନ ମଧ୍ୟ କାର୍ଯ୍ୟ କରୁନାହିଁ। ବୁଲାପ୍ରାଣୀ ପଶି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛନ୍ତି। ସେହିପରି ଛେଣ୍ଡ ସ୍ଥିତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡିୟମ ନିକଟରେ ଫୁଟ୍‌ପାଥରେ ସୌନ୍ଦର୍ଯ୍ୟକରଣ ପାଇଁ ଲାଗିଥିବା ପଭେର ବ୍ଲକ୍‌ଗୁଡିକ ଅଧାରୁ ଅଧିକ ଉଠିଯାଇଛି। ନିମ୍ନମାନର ତରବରିଆ କାମ ପାଇଁ ଏଭଳି ପରିସ୍ଥିତି ଉପୁଜୁଥିବା ସାଧାରଣରେ ଚର୍ଚ୍ଚା ହେଉଛି। ତେଣଉ ଏହାର ପୁନରୁଦ୍ଧାର କରିବାକୁ ଦାବି ହୋଇଛି। ଏ ନେଇ ଆରଏମ୍‌ସି କମିଶନର ଡ. ଶୁଭଙ୍କର ମହାପାତ୍ରଙ୍କୁ ପଚାରିବାରୁ ସେ କହିଥିଲେ, ହକି ବିଶ୍ୱକପ୍‌ ସମୟରେ ସହରର ରାସ୍ତାକଡ ଓ ଛକମାନଙ୍କରେ ତିଆରି ହୋଇଥିବା ଷ୍ଟାଚ୍ୟୁର ରକ୍ଷଣାବେକ୍ଷଣ ପାଇଁ ଆମେ ସଜାଗ ରହିଛୁ। ପ୍ରଥମ ପର୍ଯ୍ୟାୟରେ ୬ ମାସ ତଳେ ଛେଣ୍ଡ ଓ ଷ୍ଟାଡିୟମ ପାଖ ଅଞ୍ଚଳ ସହ ଏୟାରପୋର୍ଟକୁ ସଂଯୋଗ କରୁଥିବା ରିଂରୋଡ୍‌ର ଷ୍ଟାଚ୍ୟୁକୁ ପୁନରୁଦ୍ଧାର କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା ଫେବୃଆରୀ ମାସରେ ଏହିସବୁ ଷ୍ଟାଚ୍ୟୁ କାର୍ଯ୍ୟ ଶେଷ କରାଯିବ ବୋଲି ମହାପାତ୍ର କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ପିଟିଲା ସ୍କର୍ପିଓ, ଚାଲିଗଲା ୩ ଜୀବନ

କୁଆଁରମୁଣ୍ଡା,୨୬ା୪(ମହେନ୍ଦ୍ର କୁମାର ସାହୁ): ଝାଡ଼ଖଣ୍ଡ ରାଜ୍ୟ ଚତରାରେ ଶନିବାର ଏକ ସ୍କର୍ପିଓ ରାସ୍ତା ପାଶର୍‌ବରେ ଥିବା ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ସୁନ୍ଦରଗଡ଼...

କାଳବୈଶାଖୀ ତାଣ୍ଡବ: ଉପୁଡ଼ିଲା ଗଛ, ଅନ୍ଧାରରେ ଗାଁ

ନନ୍ଦପୁର,୨୫।୪(ତୁଷାରକାନ୍ତ ମହାନ୍ତି): ନବରଙ୍ଗପୁର ଜିଲା ନନ୍ଦପୁରରେ ଶନିବାର କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହୋଇ ଏକାଧିକ ଗଛ ଉପୁଡ଼ି ରାସ୍ତା ଅବରୋଧ...

ମିଳିଲାନି ମୃତ ଯୁବକଙ୍କ ପରିଚୟ, ଶବ ସତ୍କାର କଲେ ସ୍ବେଚ୍ଛାସେବୀ

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରର ସ୍ବେଚ୍ଛାସେବୀମାନେ ଶନିବାର ଜଣେ ଅଚିହ୍ନା ଯୁବକଙ୍କ ମୃତଦେହକୁ ସତ୍କାର କରିଛନ୍ତି । ଗତ ୨୧ତାରିଖ ବରଗଡ଼...

ନାବାଳିକାଙ୍କୁ ବଳାତ୍କାର: ଫେରାର ଅଭିଯୁକ୍ତ ଗିରଫ

ଜୟପୁର,୨୬ା୪(ପବନ ପାଣିଗ୍ରାହୀ)- ନାବାଳିକା ବଳାତ୍କାର ମାମଲାର ଫେରାର ଅଭିଯୁକ୍ତଙ୍କୁ ଶନିବାର ଜୟପୁର ମହିଳା ପୋଲିସ ଗିରଫ କରିଛି। ଅଭିଯୁକ୍ତ ହେଲେ ଘେନୁ ହନ୍ତାଳ। ମିଳିଥିବା ସୂଚନା...

ମୌଳିକ ସେବା ଅପହଞ୍ଚ: ଚଟାଣରେ ଚିକିତ୍ସା, ହାତରେ ସାଲାଇନ

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ସହରାଞ୍ଚଳ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ସର୍ବନିମ୍ନ ମୌଳିକା ସୁବିଧା ସୁଯୋଗ ଅପହଞ୍ଚ ହୋଇପଡ଼ିଛି। ଏଠାରେ ଡାକ୍ତର ଅଭାବ ନିତିଦିନିଆ...

ମନ୍ଦାକିନୀଙ୍କ ଉପରେ ପୁଣି ଭରଷା କଲା କଂଗ୍ରେସ

ଭବାନୀପାଟଣା,୨୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରର ସାମାଜିକ କର୍ମୀ ମନ୍ଦାକିନୀ ବାଣୁଆ ପୁଣି ଥରେ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦିକା ଭାବେ...

ରାସ୍ତା ଉପରେ ଟଳି ପଡିଲେ ବୃଦ୍ଧ, ଅଂଶୁଘାତ ଅଭିଯୋଗ

ଦିଗପହଣ୍ଡି,୨୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଜଗନ୍ନାଥପୁର ବସଷ୍ଟାଣ୍ଡ ଛକ ରାସ୍ତା ଉପରେ ଜଣେ ବୃଦ୍ଧ ଶନିବାର ଅପରାହ୍ନ ପ୍ରାୟ ୨ ଟାରେ...

ବାହାଘର ଭୋଜିରେ ଅଘଟଣ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଜଣଙ୍କ ଜୀବନ, ଜଣେ ଗୁରୁତର

ଫୁଲବାଣୀ,୨୬।୪(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଟିକାବାଲି ଥାନା ଅଧୀନ କଇଁଝର ପଞ୍ଚାୟତ କୁଟିଗଡ଼ ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଅନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image