Advertisement

ଘରେ ପଶି ଦୁର୍ବୃତ୍ତ ଲୁଟି ନେଲେ ସମସ୍ତ ସୁନା ଅଳଙ୍କାର ସହ ନଗଦ ଟଙ୍କା

ଗୋପାଳପୁର,୮ା୧୧(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଅଧିନସ୍ଥ ସାନକୁସ୍ଥଳୀ ଗ୍ରାମରେ ଦୁର୍ବୃତ୍ତମାନେ କବାଟ ତାଡ଼ି ଘରେ ପଶି ଚୋରି କରିଥିବା ନେଇ ଗୋପାଳପୁର ଥାନାରେ ଅଭିଯୋଗ ହୋଇଛି। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସୂଚନାନୁସାରେ ଏହି ଥାନା ଅନ୍ତର୍ଗତ ସାନକୁସ୍ଥଳୀ ଗ୍ରାମର ସୁକାନ୍ତ କୁମାର ସାହୁଙ୍କ ପରିବାର ରହୁଥିଲେ। ସବୁଦିନ ଭଳି ତାଙ୍କ ପରିବାର ଖାଇ ସାରି ମଙ୍ଗଳବାର ରାତିରେ ଶୋଇପଡ଼ିଥିଲେ। ଏହାର ସୁଯୋଗ ନେଇ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମୁଖ୍ୟ କବାଟ ତାଡ଼ି ଘରେ ପଶିଥିଲେ। ଆଲମିରା ଭାଙ୍ଗି ୬ଭରି ସୁନା ଅଳଙ୍କାର, ନଗଦ ୨୦ ହଜାର ଟଙ୍କା ଓ ମୂଲ୍ୟବାନ କାଗଜପତ୍ର ନେଇ ଚମ୍ପଟ ମାରିଥିଲେ। ସକାଳେ ସୁକାନ୍ତ ଉଠିଲା ବେଳେ ଚୋରି ହୋଇଥିବା ନେଇ ଜାଣିବାକୁ ପାଇଥିଲେ। ଖବର ପାଇ ଗୋପାଳପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଏ ନେଇ କେସ୍‌ ନଂ ୪୫୨/୨୩ରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ମାମଲା ରୁଜୁ କରିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel