ଟ୍ରକ ଅଟକାଇ ଟଙ୍କା ମାଗୁଥିଲେ ଦୁର୍ବୁତ୍ତ: ଟଙ୍କା ନ ଦେବାରୁ ଗୋଡାଇ ଗୋଡାଇ ହାଣିଲେ

ଭଦ୍ରକ, ୧୯।୧୨(ସନାତନ ରାଉତ)- ଭଦ୍ରକ ନୂଆ ବସ ଷ୍ଟାଣ୍ଡ ପୋଲ ତଳେ ବୁଧବାର ବିଳମ୍ବିତ ରାତିରେ ଟ୍ରକ ଡ୍ରାଇଭର ସମେତ ୩ ଜଣକୁ ଆକ୍ରମଣ ହୋଇଛି l ଅଣ୍ଡା ଟ୍ରକ ନେଇ ଭଦ୍ରକ ଆସୁଥିବାବେଳେ ଉକ୍ତ ସ୍ଥାନରେ ୪ ଜଣ ଦୁର୍ବୁତ୍ତ ଟ୍ରକ ଅଟକାଇ ଟଙ୍କା ମାଗିଥିଲେ l ଯୁକ୍ତିତର୍କ ପରେ ବିଭିନ୍ନ ମାରାଣାସ୍ତ୍ରରେ ଆକ୍ରମଣ କରିଥିଲେ l ଏଥିରେ ଚରମ୍ପା ଅଂଚଳର ପି ବାସୁ, ଏସ ଶିବା ଓ ଦୀପକ କୁମାର ବେହେରା ଆହତ ହୋଇଛନ୍ତି l ଦୀପକ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବାବେଳେ ଅନ୍ୟ ୨ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି l ଟାଉନ ଥାନା ଅଧିକାରୀ ଅଜୟ ସୁଦର୍ଶନ ବାଗେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି l ରାତିରେ ଜାତୀୟ ରାଜପଥରେ ଆକ୍ରମଣ ବଢ଼ି ଚାଲିଥିବା ବେଳେ ଯାତ୍ରୀ ଓ ଡ୍ରାଇଭରଙ୍କ ମଧ୍ୟରେ ଭୟର ବାତାବରଣ ବଢ଼ିଯାଇଛି l


Enter your email to get our daily news in your inbox.

All Right Reserved By Dharitri.Com

୧୮ ଇଭେଣ୍ଟରେ ପାରଦର୍ଶିତା ଦେଖାଇଲେ ଛାତ୍ରୀଛାତ୍ର

ଥୁଆମୂଳ ରାମପୁର,୧୯।୧୨-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟଠାରେ ଦୁଇଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡୋତ୍ସବ ଉଦ୍‌ଯାପିତ...

ମେଘୁଆ ପାଗକୁ ଦେଖି ଚିନ୍ତାରେ ଚାଷୀ

ଗଞ୍ଜାମ,୧୯।୧୨(ବିଦ୍ୟାଧର ସାହୁ):ଗତ ଦୁଇଦିନ ହେଲା ପାଗ ମେଘୁଆ ରହିଛି। ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସ୍ଥାନୀୟ ଅଞ୍ଚଳର ଚାଷୀ l ଗଞ୍ଜାମ ବ୍ଲକ ଅଞ୍ଚଳରେ...

ହଷ୍ଟେଲରେ ଝୁଲିପଡ଼ିଲେ ଛାତ୍ରୀ: ପୋଲିସ କରୁଛି ଛାନଭିନ୍‌

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ମାଁ ମାଣିକେଶ୍ୱରି ବିଶ୍ୱବିଦ୍ୟାଳୟର ଇନ୍ଦ୍ରାବତୀ ଛାତ୍ରୀ ନିବାସ (ହଷ୍ଟେଲ)ଭିତରୁ ଗୁରୁବାର ସକାଳରେ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ...

ଏନ୍‌ଆଇଏନ୍‌ଏଲ୍‌ର ଜନଶୁଣାଣିକୁ ସମର୍ଥନ

ଯାଜପୁର,୧୯ା୧୨(ହର୍ଷବର୍ଦ୍ଧନ ବେହେରା) :କଳିଙ୍ଗନଗର ନୀଳାଚଳ ଇସ୍ପାତ ନିଗମ ଲିଃ (ଏନ୍‌ଆଇଏନ୍‌ଏଲ୍‌)ର ଆସନ୍ତା ୨୦ ତାରିଖ ଶୁକ୍ରବାର ହେବାକୁ ଥିବା ଜନଶୁଣାଣୀକୁ ବିସ୍ଥାପିତ ପରିବାର ଉନ୍ନୟନ ପରିଷଦ...

ସ୍ପଷ୍ଟ ଦିବାଲୋକରେ କାର କାଚ ଭାଙ୍ଗି ହଜାର ହଜାର ଟଙ୍କା ଲୁଟ୍‌

ଦେବଗଡ,୧୯।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ପୌରାଞ୍ଚଳର ଜନଗହଳି ପୂର୍ଣ୍ଣ ଶ୍ରୀ ଅରବିନ୍ଦ ସ୍କୁଲ ଛକରୁ ସ୍ପଷ୍ଟ ଦିବାଲୋକରେ ଏକ କାରର କାଚ ଭାଙ୍ଗି ୭୮ ହଜାର...

ଘୁମୁରା ଉତ୍ସବ ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି: ଏଥର ହେବ ଆକର୍ଷଣୀୟ

ଥୁଆମୂଳ ରାମପୁର,୧୯ା୧୨ (ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲ୍ଲାର ଲୁପ୍ତ ପାଇଯାଉଥିବା କଳା, ସଂସ୍କୃତି, ଐତିହ୍ୟ, ପରମ୍ପରାରର କୁ ବଞ୍ଚାଇ ରଖିବା ଉଦ୍ଦେଶ୍ୟରେ ହୁଏ ଏହି କଳାହାଣ୍ଡି...

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ବରଗଡ଼ର ଶିଶୁ

ବରଗଡ଼,୧୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ବ୍ଲକ ଅନ୍ତର୍ଗତ ଅଡ଼ଗାଁ ଗ୍ରାମର ଜଣେ ଶିଶୁ ଆହ୍ବାନ ମହାକୁର(୨ବର୍ଷ) ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ଼ରେ ସ୍ଥାନ ପାଇଛନ୍ତି। ସେ ଏକବର୍ଷ ୧୦ମାସ...

ବ୍ରହ୍ମପୁର ବିଜେଡି କର୍ପୋରେଟରଙ୍କୁ ଭେଟିଲେ ନବୀନ, କହିଲେ ‘ ମେୟରଙ୍କୁ ସମ୍ମାନ ଦିଅ’

ବ୍ରହ୍ମପୁର,୧୮ା୧୨(ସ୍ମୃତି ରଂଜନ ମହାଲିକ)-ବିବାଦରୁ ଦୂରେଇ ଶୃଙ୍ଖଳିତ ହୁଅ। ମିଳିମିଶି ଦଳର ସଂଗଠନକୁ ଅଧିକ ମଜଭୁତ ପାଇଁ କାମ କର। ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି)ର ବିଜେଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri