ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା

ଗଞ୍ଜାମ,୨୭।୮(ବିଦ୍ୟାଧର ସାହୁ): ଗତ କିଛି ଦିନ ତଳେ ଗଞ୍ଜାମ ବ୍ଲକ ଅନ୍ତର୍ଗତ କଣ୍ଟିଆ ଗଡ଼ ସ୍ଥିତ ବଟେଶ୍ୱର ମନ୍ଦିର ଦାନ ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ଲୁଟିନେଇ ଥିଲେ ଦୁର୍ବୃତ୍ତ l ଉକ୍ତ ଘଟଣାରେ ପୋଲିସ କାହାରିକୁ ଧରି ପାରି ନ ଥିବା ବେଳେ ସୋମବାର ବିଳମ୍ବିତ ରାତିରେ ବୋରିଗାଁ ସ୍ଥିତ ପ୍ରସିଦ୍ଧ ବାବା ଝାଡେଶ୍ୱରୀ ମନ୍ଦିରରୁ କେହି ଦୁର୍ବୃତ୍ତ ହୁଣ୍ଡିରୁ ଟଙ୍କା ଚୋରି ସହ ସେଠାରେ ଥିବା ଏକ ଦୋକାନରୁ କଳାକନା ବୁଲାଇ ଦେଇଥିବା ଜଣାପଡିଛି l ଏନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ହୁମା ଫାଣ୍ଡିରେ ଲିଖିତ ଅଭିଯୋଗ କରାଯାଇଛି l ହୁଣ୍ଡିରୁ ଟଙ୍କା ନେବା ସହ ଦୋକାନ ଗୃହରୁ ବିଭିନ୍ନ ଗୁଟଖା, ବିସ୍କୁଟ, ମିକ୍ସଚର, ବିଭିନ୍ନ ପ୍ରକାରର ଥଣ୍ଡା ପାନୀୟ ବୋତଲ ସହ ଡ୍ର’ରେ ଥିବା ସବୁ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି l ଏହାପୂର୍ବରୁ ପନ୍ଦର ଦିନ ତଳେ ଶତ୍ରୁସୋଲ ମୁକ୍ତେଶର ମନ୍ଦିରରୁ ମଧ୍ୟ ଚୋରି ହୋଇଥିଲା।