Categories: ଫୁରସତ

ଶ୍ୱାସକ୍ରିୟା କରିପାରୁଛି ରୋବୋ, ବୋହୁଛି ଝାଳ

ରୋବୋ ଏକ ମେସିନ୍‌। ଏଥିରେ ନ ଥାଏ ମଣିଷ ପରି କୌଣସି ସମ୍ବେଦନଶୀଳତା। ଏଥିରେ ଅନେକ କମ୍ପ୍ଲିକେସି ବି ଥାଏ। ତେଣୁ ଏହାର ବହୁଳ ବ୍ୟବହାର ଏଯାଏଁ ହୋଇପାରି ନାହିଁ। ତେବେ ସମୟକ୍ରମେ ଏବେ ରୋବୋରେ ଅନେକ ଡେଭଲପ୍‌ମେଣ୍ଟ ହେଲାଣି। ତେବେ ଏବେ ଖବର ଆସିଛି ବୈଜ୍ଞାନିକମାନେ ଏଭଳି ଏକ ରୋବୋ ତିଆରି କରିଛନ୍ତି, ଯେକି ଅନେକାଂଶରେ ମଣିଷ ଭଳି। ଯାହାର ନାମ ହେଉଛି ଏଣ୍ଡି। ଏହି ରୋବୋର ମଣିଷ ପରି ଝାଳ ବି ବୋହୁଛି, ଶୀତ ଲାଗୁଛି ଓ ସବୁଠୁ ବଡ଼ କଥା ହେଲା ଏହା ଶ୍ୱାସକ୍ରିୟା କରିପାରୁଛି। ଝାଳ ବୋହୁଥିବାରୁ ଏହାକୁ ସ୍ବେଟି ରୋବୋ ନାମରେ ନାମିତ କରାଯାଇଛି। ଅନେକ ବ୍ରିଲିଆଣ୍ଟ ରୋବୋ ନିଜର ବୁଦ୍ଧିକୁ ଏକଜୁଟ କରି ଏହାକୁ ପ୍ରସ୍ତୁତ କରିଛନ୍ତି । ଏହି ଥର୍ମାଲ ରୋବୋରେ ଏଭଳି ବିଶେଷତ୍ୱସବୁ ଥିବାରୁ ଏହା ଅନେକାଂଶରେ ମଣିଷ ଭଳି ପ୍ରତ୍ୟେୟ ହୁଏ। ଏହି ରୋବୋର ମଣିଷ ଭଳି ଚର୍ମ ତିଆରି କରାଯାଇଛି। ଯାହାକି ଗରମ ଓ ଥଣ୍ଡାକୁ ଅନୁଭବ କରିପାରେ। ଏହା ବିଭିନ୍ନ ପ୍ରକାରର ମଣିଷ ଶରୀର ଉପରେ ଗରମର ପ୍ରଭାବ କିଭଳି ପଡ଼ିଥାଏ ତାହା ଟେଷ୍ଟ କରିପାରେ। ଆମେରିକାର ଫାର୍ମ ଥର୍ମେଟ୍ରିକ୍ସ ଏଭଳି ୧୦ଟି ରୋବୋ ତିଆରି କରିଛନ୍ତି। ଏହି ଫାର୍ମ ଏହି ରୋବୋ ମଡେଲ ଆଧାରରେ ସ୍ବେଟି ବେବି ରୋବୋ ବି ତିଆରି କରିଛନ୍ତି। ଯାହା ସାହାଯ୍ୟରେ ପିଲାଙ୍କର ଅନେକ ସ୍ବାସ୍ଥ୍ୟଜନିତ ସମସ୍ୟାକୁ ବୁଝିବା ଲାଗି ସାହାଯ୍ୟ ମିଳିବ।

Share