ଦୁର୍ବୃତ୍ତ ଝାମ୍ପିନେଲେ ସୁନା-ରୁପା ଅଳଙ୍କାର ସହ ଟଙ୍କା ଭର୍ତ୍ତି ବ୍ୟାଗ୍‌

ପାରଳାଖେମୁଣ୍ଡି(ଗିରିଧାରୀ ପରିଚ୍ଛା),୨୬ା୯: ଗଜପତି ଜିଲା ମୋହନା ମୁଖ୍ୟ ବଜାରସ୍ଥିତ ଶ୍ରୀହରି ଜୁଏଲର୍ସରେ କଳାକନା ବୁଲାଇ ଦେଇଛନ୍ତି ଲୁଟେରା। ବୁଧବାର ବିଳମ୍ବିତ ରାତିରେ ଦୋକାନ ମାଲିକ ବି. ମୋହନ ରାଓ ଆଚାରୀ ପ୍ରତିଦିନ ଭଳି ଦୋକାନ ବନ୍ଦ କରି ସମସ୍ତ ସୁନା, ରୁପା ଅଳଙ୍କାର ସହ ଟଙ୍କା ବ୍ୟାଗ୍‌ ଧରି ଘରକୁ ଯିବା ପାଇଁ ବାହାରିଥିଲେ। ଦୋକାନ ସମ୍ମୁଖରେ ବ୍ୟାଗ୍‌ଟି ଥୋଇଥିବା ବେଳେ ଦୁଇଜଣ ବାଇକ୍‌ ଲୁଟେରା ଆସି ଅଳଙ୍କାର ଏବଂ ଟଙ୍କା ଭର୍ତ୍ତି ବ୍ୟାଗଟିକୁ ନେଇ ଚମ୍ପଟ ମାରିଥିଲେ। କିଛି ଦିନ ଧରି ମୋହନା ଅଞ୍ଚଳରେ ସିରିଜ୍‌ ଚୋରି ଚାଲିଥିବା ବେଳେ ସୁନା ଦୋକାନରୁ ଜନ ଗହଳିପୂର୍ଣ୍ଣ ବଜାରରୁ ଲୁଟ୍‌ ହେବା ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିକଟସ୍ଥ ଦୋକାନଗୁଡ଼ିକର ସିସିଟିଭି ଯାଞ୍ଚ କରି ଘଟଣାର ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦରମା ନ ମିଳିବାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ

ଭବାନୀପାଟଣା,୨୭ା୯ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାର ୧୩ ବ୍ଲକରେ ମିଶନ ଶକ୍ତି ଅଧୀନରେ କାର୍ଯ୍ୟରତ କର୍ମୀମାନଙ୍କୁ ଦୀର୍ଘ ୬ମାସରୁ ଊଦ୍ଧର୍‌ବ ହେବ ଦରମା ଟଙ୍କା ମିଳିନାହିଁ।...

‘ସ୍ବର୍ଣ୍ଣ ପ୍ରାଶନ’ ଅଭିଯାନ ଆରମ୍ଭ: ୩୦ ହଜାର ଶିଶୁ ଉପକୃତ ହେବା ଲକ୍ଷ୍ୟ

ଭବାନୀପାଟଣା,୨୭ା୯ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ବେଦାନ୍ତ ‘ସ୍ବର୍ଣ୍ଣ ପ୍ରାଶନ’ ଅଭିଯାନ ଆରମ୍ଭ କରିଛି। ଭବାନୀପାଟଣା ସହରସ୍ଥିତ ମାଣିକେଶ୍ବରୀ ଉଚ୍ଚ ବିଦ୍ୟାଳୟ ଓ ସରସ୍ବତୀ ଶିଶୁ...

ରାଜ୍ୟରେ ପ୍ରଥମ ହେବା ପାଇଁ ଉତ୍ସାହିତ କଲେ ଜିଲାପାଳ

ଭବାନୀପାଟଣା,୨୭ା୯ (ଉତ୍ତମ କୁମାର ଦାଶ):ଭବାନୀପାଟଣାସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବୁଧବାର କଳାହାଣ୍ଡି ଜିଲାସ୍ତରୀୟ ସପ୍ତମ ଜାତୀୟ ପୋଷଣ ମାସ ଅନୁଷ୍ଠିତ ହୋଇଯାଇଛି। ଜିଲା ସମାଜ କଲ୍ୟାଣ...

ହୋମିଓପାଥିକ ଚିକିତ୍ସାଳୟ ଅଧିକାଂଶ ଦିନ ବନ୍ଦ

ମହାକାଳପଡ଼ା,୨୭ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସୁନିତି ପଞ୍ଚାୟତ ଜଗରିଜୋର ହାଟ ଶ୍ୟାମାକାଳୀ ମନ୍ଦିର ସଂଲଗ୍ନ ହୋମିଓପାଥିକ ଚିକିତ୍ସାଳୟ ବନ୍ଦ ପଡିଛି। ସ୍ଥାନୀୟ ଲୋକମାନଙ୍କୁ...

ସରକାରୀ ଜମିରେ ବେଆଇନ କ୍ରଶର

ଯାଜପୁର,୨୭ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନରେ ବେଆଇନ କ୍ରଶର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।  ଏପରି କି ଜଳସେଚନ ଓ ପୂର୍ତ୍ତ ବିଭାଗ,...

ଲଗାଣ ବର୍ଷା: ଆଳିର ବିଭିନ୍ନ ସ୍ଥାନରେ ଜମି ରହିଛି ପାଣି

ଆଳି, ୨୭ା୯(ବନମାଳୀ ସେନାପତି ): ଲଘୁଚାପ ପ୍ରଭାବରୁ ଆଳି ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ପ୍ରବଳ ବର୍ଷା ଯୋଗୁ ଆଳି ଅଞ୍ଚଳର ଜନଜୀବନ ଅସ୍ତବ୍ୟସ୍ତ...

ସୁରକ୍ଷା ଗାଡି ଧକ୍କାରେ ଆହତ ହୋଇଥିବା ଛାତ୍ରୀଙ୍କୁ ସାଇକେଲ ଉପହାର ଦେଲେ ଉପମୁଖ୍ୟମନ୍ତ୍ରୀ

ଗୋପ,୨୬।୯: ବୁଧବାର ଏକ ଦୁର୍ଭାଗ୍ୟଜନକ ଘଟଣାରେ ପୁରୀ ଜିଲାର ଗୋପ ବ୍ଲକ ଅନ୍ତର୍ଗତ ସୋରିସିଆପଡା ଅଞ୍ଚଳରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କର ସୁରକ୍ଷାରେ ଥିବା ପୋଲିସ୍ ଭ୍ୟାନ୍...

୪ ମାସର ଶିଶୁପୁତ୍ରଙ୍କୁ କରିଥିଲେ ହତ୍ୟା: ଅଭିଯୁକ୍ତ ବାପାଙ୍କୁ ଆଜୀବନ ଜେଲ

ବାଲେଶ୍ୱର,୨୬।୯(ବାଞ୍ଛାନିଧି ଦେ): ୪ ମାସର ଏକ ଶିଶୁପୁତ୍ର ହତ୍ୟା ମାମଲାର ବିଚାର କରି ଗୁରୁବାର ବାଲେଶ୍ୱର ଓପିଆଇଡି କୋର୍ଟ ବିଚାରପତି ବିଶ୍ୱଜିତ୍‌ ଦାସ ଅଭିଯୁକ୍ତ ବାପାଙ୍କୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri