Advertisement

ଛାତରୁ ଡେଇଁ ସୈଫ୍‌ଙ୍କୁ ଛୁରାମାଡ଼ କରିଛନ୍ତି ଦୁର୍ବୃତ୍ତ, ସ୍ବାମୀଙ୍କୁ ଭେଟିବାକୁ ହସ୍ପିଟାଲରେ ପହଞ୍ଚିଲେ କରୀନା

ମୁମ୍ବାଇ,୧୬ା୧: ଅଭିନେତା ସୈଫ ଅଲ୍ଲୀ ଖାନ୍‌ଙ୍କୁ କେହି ଦୁର୍ବୃତ୍ତ ଛୁରାମାଡ଼ କରିଛନ୍ତି। ଦୁର୍ବୃତ୍ତ ଜଣକ ଛାତରୁ ଡେଇଁ ଘରେ ପଶି ସୈଫ୍‌ଙ୍କୁ ଛୁରାମାଡ଼ କରିଛନ୍ତି। ଦୁର୍ବୃତ୍ତ ଜଣକ ନିକଟ କୋଠାରୁ ସୈଫ୍‌ଙ୍କ ଘର ଭିତରକୁ ଡେଇଁ ପଡ଼ିଥିଲେ। ପୋଲିସ ସିସିଟିଭି ଫୁଟେଜରେ ଦେଖିଛି ଯେ, ଦୁର୍ବୃତ୍ତ ବ୍ୟକ୍ତି ଅନ୍ୟ ଏକ କୋଠାରରୁ ଡେଇଁ ସୈଫଙ୍କ ଘର ଭିତିରେ ପ୍ରବେଶ କରିଥିଲେ। ସେହି ସମୟରେ ସ୍ତ୍ରୀ କରୀନା ଘରେ ନ ଥିଲେ। ଖବର ପାଇ କରୀନା ସ୍ବାମୀଙ୍କୁ ଭେଟିବାକୁ ଲୀଳାବତୀ ହସ୍ପିଟାଲରେ ପହଞ୍ଚିଛନ୍ତି। ସେ ଏବେ ବିପଦମୁକ୍ତ ଥିବା ଜଣାପଡ଼ିଛି।

ମନୋଜ ତିଓ୍ବାରୀ କହିଛନ୍ତି, ‘ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ, ସୈଫ ଅଲ୍ଲୀ ଖାନ୍‌ ଶୀଘ୍ର ସୁସ୍ଥ ହୁଅନ୍ତୁ।’ ମୁଁ ଖୁବ୍‌ଶୀଘ୍ର କରୀନା ଏବଂ ତାଙ୍କ ପରିବାର ସହ କଥା ହେବି। ଏବେ କେହି ଜଣେ ମୋତେ କହିଲେ ଯେ, ସୈଫ ଅଲ୍ଲୀ ଖାନ୍‌ଙ୍କ ଘର ଉପରେ ଦୁର୍ବୃତ୍ତମାନେ ଆକ୍ରମଣ କରିଛନ୍ତି।

Saif Ali Khan Knife Attack: Who Are The Suspects? Mumbai Police Arrests Three After Attacker Flees SceneSaif Ali Khan Knife Attack: Who Are The Suspects? Mumbai Police Arrests Three After Attacker Flees Scene

ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ପଡ଼ୋଶୀ ପ୍ରତିକ୍ରିୟା ଦେଇଛନ୍ତି, ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଉପରେ ହୋଇଥିବା ଆକ୍ରମଣ ଉପରେ ପ୍ରତିକ୍ରିୟା ଦେଇଛନ୍ତି, ଅଭିନେତ୍ରୀ କରିସ୍ମା ତନ୍ନା। କରିସ୍ମା ହେଉଛନ୍ତି ସୈଫ ଅଲ୍ଲୀ ଖାନଙ୍କ ପଡ଼ୋଶୀ। କରିସ୍ମା କହିଛନ୍ତି, ସେ ବହୁତ ଦିନ ଧରି ସୁରକ୍ଷା ବୃଦ୍ଧି ପାଇଁ ଅନୁରୋଧ କରିଆସୁଛନ୍ତି।

Share