Categories: ବାଣିଜ୍ୟ

ଅର୍ଥନୈତିକ ବିକାଶରେ ମାତୃଭାଷାର ଭୂମିକା ଅତୁଳନୀୟ

ଭୁବନେଶ୍ୱର,୨୮।୨: ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ (ଆଇଓବି)ର ବ୍ରହ୍ମପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ମାତୃଭାଷା ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆଇଓବିର ବରିଷ୍ଠ କ୍ଷେତ୍ରୀୟ ପ୍ରବନ୍ଧକ ମନୀଷ କୁମାରଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନାଚକ୍ର କ୍ଷେତ୍ରୀୟ କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ନିକଟସ୍ଥ ଶାଖାଗୁଡିକର ଉତ୍ସାହୀ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ବିଶେଷ କରି ସମାଜରେ ବ୍ୟକ୍ତିଗତ, ସାମାଜିକ ଏବଂ ଅର୍ଥନୈତିକ ବିକାଶ ଦିଗରେ ମାତୃଭାଷାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ମନୀଷ କୁମାର ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ଏହି ଅବସରରେ ଆଇଓବି ବ୍ରହ୍ମପୁରର ମୁଖ୍ୟ ପ୍ରବନ୍ଧକ ରତିକାନ୍ତ ବେହେରା ମାତୃଭାଷା ଦିବସ ପାଳନର ଆଭିମୁଖ୍ୟ ଉପରେ ବିସ୍ତୃତ ଆଲୋକପାତ କରିବା ସହିତ କର୍ମଚାରୀମାନଙ୍କୁ ମାତୃଭାଷରର ମହତ୍ତ୍ୱ ବିଷୟରେ ସମ୍ବୋଧିତ କରିଥିଲେ। ମାତୃଭାଷାର ସୁରକ୍ଷା ଏବଂ ପ୍ରଚାରପ୍ରସାର ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ। ପରିଶେଷର ବ୍ୟାଙ୍କ ପକ୍ଷରୁ ଆୟୋଜିତ ଏକ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ସମ୍ମାନିତ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଆଇଓବି ବ୍ରହ୍ମପୁର କ୍ଷେତ୍ରୀୟ କାର୍ଯ୍ୟାଳୟର ପ୍ରବନ୍ଧକ ପ୍ରତିଭା ବହିଦାର ଉକ୍ତ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

Share