Categories: ବାଣିଜ୍ୟ

ଥର୍ମାଲ ଇଞ୍ଜିନିୟରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୨୯।୭: ବେଦାନ୍ତ ଆଲୁମିନିୟମ ପକ୍ଷରୁ ଜାତୀୟ ତାପଜ ଇଞ୍ଜିନିୟର୍ସ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଓଡ଼ିଶା ଓ ଛତିଶଗଡ଼ ୟୁନିଟ୍‌ରେ ମଧ୍ୟ ଜାତୀୟ ତାପଜ ଇଞ୍ଜିନିୟର୍ସ ଦିବସ ପାଳନ କରାଯାଇଛି। ବିଶେଷକରି କମ୍ପାନୀର ସର୍ବବୃହତ୍‌ କ୍ୟାପ୍‌ଟିଭ ଥର୍ମାଲ ପାୱାର ପୋର୍ଟଫୋଲିଓ ଓଡ଼ିଶାର ଝାରସୁଗୁଡ଼ା ଓ ଲାଞ୍ଜିଗଡ଼ ସମେତ ଛତିଶଗଡ଼ର କୋର୍ବାସ୍ଥିତ ବାଲ୍‌କୋଠାରେ ପ୍ରାୟ ୫୫୦୦ ମେଗାୱାଟ୍‌ ତାପଜ ବିଦ୍ୟୁତ୍‌ ଶକ୍ତି ୟୁନିଟ୍‌ ରହିଛି। ଏପରିକି ଉପରୋକ୍ତ ୟୁନିଟ୍‌ର ଇଞ୍ଜିନିୟର ଓ ବୈଷୟିକ କର୍ମଚାରୀମାନେ ବିଶେଷ ଦାୟିତ୍ୱ ତୁଲାଉଛନ୍ତି। ସେହିଭଳି ଘରୋଇ ଶିଳ୍ପରେ ସ୍ମାର୍ଟ ଉପତ୍ାଦନ ଅଭ୍ୟାସକୁ ଆଗେଇନେବା ଲାଗି କମ୍ପାନୀ ଶିଳ୍ପ ୪.୦ ଓ ୱେବ୍‌ ଟେକ୍‌ନୋଲୋଜିରେ ମଧ୍ୟ ନିଜର ସ୍ଥିତିକୁ ମଜଭୁତ କରିଛି।
ଏ ସମ୍ପର୍କରେ ବେଦାନ୍ତ ଲିମିଟେଡ୍‌ର ସିଓଓ (ଆଲୁମିନିୟମ୍‌ ବ୍ୟବସାୟ) ସୁନୀଲ ଗୁପ୍ତା କହିଛନ୍ତି, ଆମେ ନବୀକରଣଯୋଗ୍ୟ ଶକ୍ତିକୁ ଆମର ଶକ୍ତି ପୋର୍ଟଫୋଲିଓର ଏକ ଅଂଶ ଭାବେ ପରିଣତ କରୁଛୁ, ଯାହା ଆମକୁ ଭାରତର ପ୍ରଥମ ନିମ୍ନ ଅଙ୍ଗାରକାମ୍ଳ, ସବୁଜ ଆଲୁମିନିୟମ୍‌, ବ୍ରାଣ୍ଡେଡ୍‌ ‘ରେଷ୍ଟୋରା’ ଉତ୍ପାଦନ କରିବାରେ ସକ୍ଷମ କରିଛି। ଏପରିକି ଗ୍ରାହକମାନେ ସେମାନଙ୍କର କଞ୍ଚାମାଲର ସ୍ଥାୟୀ ପ୍ରମାଣ ନିଶ୍ଚିତ କରିବାକୁ ଧ୍ୟାନଦେବା ସହ ସମ୍ବଳର ନ୍ୟାୟପୂର୍ଣ୍ଣ ପରିଚାଳନା ଏବଂ ଆମର ଶକ୍ତି ମିଶ୍ରଣରେ ନବୀକରଣଯୋଗ୍ୟ ସାମଗ୍ରୀର ପର୍ଯ୍ୟାୟ ଏକୀକରଣ ଉପରେ କ୍ରମାଗତ ଧ୍ୟାନଦେଇ ଆମେ ଏକ ନେଟ୍‌ ଜିରୋ ଭବିଷ୍ୟତକୁ ଶିଳ୍ପର ପରିବର୍ତ୍ତନକୁ ସକ୍ରିୟ ଭାବେ ଆଗେଇନେଉଛୁ। ସେହିଭଳି ବେଦାନ୍ତ ଲିମିଟେଡ୍‌ର ସିଇଓ (ପାଓ୍ବାର) ସୁନୀଲ କୁମାର ସତ୍ୟ କହିଛନ୍ତି, ଶକ୍ତି ସୁରକ୍ଷା ଦେଶର ପ୍ରଗତିର ଏକ ଗୁରୁତ୍ୱପୂର୍ଣ୍ଣ ମାନଦଣ୍ଡ ଓ ଏହାର ସଫଳତା ନିଶ୍ଚିତ କରିବାରେ ଥର୍ମାଲ ଇଞ୍ଜିନିୟରମାନେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି। ବେଦାନ୍ତ ଆଲୁମିନିୟମରେ ଆମର ପ୍ରତିଭାବାନ୍‌ ଇଞ୍ଜିନିୟର ଦଳଙ୍କ କାର୍ଯ୍ୟକାରିତା ପ୍ରକ୍ରିୟାକୁ ତ୍ୱରାନ୍ବିତ କରୁଛି। ଆମର କାର୍ଯ୍ୟ ଭବିଷ୍ୟତ ଗଠନ ଓ ଭାରତର ଶକ୍ତି ନିରାପତ୍ତାକୁ ସୁଦୃଢ କରିବାରେ ସାହାଯ୍ୟ କରିବ।

Share