‘ଅତ୍ୟାଧୁନିକ ଚିକିତ୍ସା କ୍ଷେତ୍ରରେ ସ୍ପର୍ଶର ଭୂମିକା ଗୁରୁତ୍ୱପୂର୍ଣ୍ଣ’

ଭୁବନେଶ୍ୱର,୩।୨: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ସ୍ପର୍ଶ ହସ୍ପିଟାଲ ଭୁବନେଶ୍ୱରର ୧୬ତମ ପ୍ରତିଷ୍ଠା ଦିବସ ଗୁରୁବାର ସ୍ଥାନୀୟ ରେଳ ଅଡିଟୋରିୟମଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ଓଡ଼ିଆ ଅଭିନେତା ତଥା ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିିଥି ଭାବେ ରାଜଯୋଗୀ ବ୍ରହ୍ମାକୁମାରୀ ଗୀତା, ନିର୍ମଳା ଟ୍ରଷ୍ଟ୍‌ର ପ୍ରତିଷ୍ଠାତା ନୃସିଂହ ଚରଣ ଧୀରଙ୍କ ସମେତ ହସ୍ପିଟାଲର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଡା.ପ୍ରିୟବ୍ରତ ଧୀର, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଡା. ଘନଶ୍ୱାମ ବିଶ୍ୱାସ ଏବଂ ଅର୍ଥ ନିର୍ଦ୍ଦେଶକ ସିଏ ବିଧୁଭୂଷଣ ନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ସ୍ପର୍ଶ ହସ୍ପିଟାଲର ସିଏମ୍‌ଡି ପ୍ରିୟବ୍ରତ ଧୀର କହିଥିଲେ, ସ୍ପର୍ଶ ହସ୍ପିଟାଲ ଏନ୍‌ଏବିଏଚ୍‌ ଅଧିକୃତ ଏକ ଉନ୍ନତମାନର ସ୍ବାସ୍ଥ୍ୟ ଯତ୍ନ ସେବା ପ୍ରଦାନକାରୀ ସଂସ୍ଥା ଭାବେ ପୂର୍ବ ଓଡ଼ିଶାରେ ଉନ୍ନତ ଗୁଣବତ୍ତାର ସ୍ବାସ୍ଥ୍ୟ ଯତ୍ନ ରୂପାନ୍ତରଣ କରିବାର ଏକ ପ୍ରମୁଖ ଅନୁଷ୍ଠାନ ଭାବେ ଉଭା ହୋଇଛି। ବିଶେଷ କରି ଚିକିସତ୍ା ବିଜ୍ଞାନ କ୍ଷେତ୍ରରେ ସ୍ପର୍ଶ ହସ୍ପିଟାଲ ନୂତନ ଜ୍ଞାନକୌଶଳ ପ୍ରୟୋଗ କରିବାରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଉକ୍ତ ପ୍ରକ୍ରିୟାରେ ବିଭିନ୍ନ ଜଟିଳ କର୍କଟ ଅସ୍ତ୍ରୋପ୍ରଚାର, ସ୍ନାୟୁ ଏବଂ ମେରୁଦଣ୍ଡ ଅସ୍ତ୍ରୋପ୍ରଚାରଗୁଡ଼ିକ ଉନ୍ନତମାନର ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରାଯାଇଥାଏ। ସେହିଭଳି ସ୍ପର୍ଶ ହସ୍ପିଟାଲର କର୍କଟ ବିଭାଗ ସବୁଠାରୁ ସ୍ବତନ୍ତ୍ର ବିଭାଗ ଭାବେ ଜାତୀୟ ସର୍ବେକ୍ଷଣରେ ସ୍ଥାନ ପାଇବା ସହ ଓଡ଼ିଶାରେ ପ୍ରଥମ ଏବଂ ପୂର୍ବ ଭାରତରେ ୩ୟ ସ୍ଥାନ ଅଧିକାର କରିଛି। ପରିଶେଷରେ ହସ୍ପିଟାଲର ଶୋଭନିୟର ଆରୋଗ୍ୟମ -୨୦୨୩ ର ଉନ୍ମୋଚନ କରାଯାଇଥିଲା।

Share