ଓଡ଼ିଆ ଭାଷାର ସମନ୍ବିତ ବିକାଶରେ ଆଦିବାସୀ ଭାଷାର ଭୂମିକା

ଯେକୌଣସି ସଭ୍ୟତାର ବାହି୍ୟକ ପରିପ୍ରକାଶ ହେଉଛି ତାର ସଂସ୍କୃତି। ଗୋଟିଏ ସଭ୍ୟତା ନିର୍ମାଣ ପଛରେ ଥାଏ ଏକାଧିକ ଲୋକ ସଂସ୍କୃତି। ଆଉ ମଧ୍ୟ ଗୋଟିଏ ସଂସ୍କୃତିର ଆବିର୍ଭାବ ହଠାତ ହୁଏ ନାହିଁ ବା ବାହାରୁ ଆଣି କେହି କେବେ ଥୋପି ଦେଇପାରେ ନାହିଁ। ମଣିଷର ସମସ୍ତ ପ୍ରବୃତ୍ତିଗତ ଓ ସ୍ବାଭାବିକ ଆଚରଣକୁ ସୁନ୍ଦର ଓ ଉନ୍ନତତ୍ତର କରିବା ଦିଗରେ ସମାଜର ତାଗିଦା ଓ ନିୟନ୍ତ୍ରଣ ହିଁ ଶହ ଶହ ବର୍ଷ ଧରି ଏହି ସଂସ୍କୃତିର ନିର୍ମାଣ କରୁଥାଏ। ବ୍ୟକ୍ତି ଓ ସମାଜ ଭିତରେ ଥିବା ଆନ୍ତଃ ସମ୍ପର୍କର ତାହା ହିଁ ପାଲଟିଯାଏ ନିୟାମକ। ଏହିଭଳି ବିଭିନ୍ନ ଜାତି, ଗୋଷ୍ଠୀ ଓ ସମ୍ପ୍ରଦାୟର ଚଳଣି ଓ ସଂସ୍କୃତିର ସାମୂହିକ ମିଶ୍ରଣ ହିଁ ଏକ ସଭ୍ୟତା। ଏହି ସଭ୍ୟତାର ସମୃଦ୍ଧ ଭାବନା, ଚିନ୍ତା ଓ ଧାରଣା ସମାଜ ଆଗରେ ଥୁଅନ୍ତି ଏକ ଦିଗ୍‌ଦର୍ଶନ। ଯେଉଁ ସମସ୍ତ ସଂସ୍କୃତି ଏହାର ମୂଳ ଭିତ୍ତିରୂପେ କାମ କରନ୍ତି, ସେମାନେ ପ୍ରତ୍ୟେକ ଗୋଟିଏ ଲେଖାଏ ଭାଷାର ଧାରକ। ଏଭଳି ଭାବେ ଦେଖିଲେ ଆମ ରାଜ୍ୟ ଓଡ଼ିଶା ଏକ ବହୁଭାଷୀ ରାଜ୍ୟ, ଯାହାର ମୁଖ୍ୟ ଭାଷା ଓଡ଼ିଆ। ଓଡ଼ିଆ ଭାଷା ଖାଲି ଗୋଟିଏ ବିପୁଳ ସମୁଦାୟ କଥିତ ଭାଷା ନୁହେଁ, ଏହା ମଧ୍ୟ ବହନ କରେ ଏକ ସମୃଦ୍ଧ ସାହିତି୍ୟକ ପରମ୍ପରା ଓ ଐତିହ୍ୟ।
ଜାତୀୟ ଶିକ୍ଷା ନୀତିର ଧାରା ୪.୧୫ ଅନୁଯାୟୀ ‘ଭାରତର ଭାଷାଗୁଡ଼ିକ ପୃଥିବୀର ସବୁଠାରୁ ସମୃଦ୍ଧ, ବିଜ୍ଞାନ ସମ୍ମତ, ସୁନ୍ଦର ଏବଂ ଅତ୍ୟନ୍ତ ପ୍ରାଞ୍ଜଳ ଭାଷା ମଧ୍ୟରେ ଅନ୍ୟତମ, ଯାହା ପ୍ରାଚୀନ ଓ ଆଧୁନିକ ସାହିତ୍ୟ(ଉଭୟ ଗଦ୍ୟ ଓ କବିତା) ର ଏକ ବିଶାଳ ଭଣ୍ଡାର’। ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷାର ମର୍ଯ୍ୟାଦା ପାଇବାର ଅର୍ଥ ହେଉଛି ଏହାର ଐତିହ୍ୟ, ସୌନ୍ଦର୍ଯ୍ୟ ଓ ସମୃଦ୍ଧି ପ୍ରତି ସ୍ବୀକୃତି ଦେବା। ଏହି ଐତିହ୍ୟକୁ ଉଜ୍ଜ୍ୱଳ କରିବା ଦିଗରେ ସଂସ୍କୃତ ଭାଷା ପ୍ରତି ପାଣିନିଙ୍କ ଯାହା ଅବଦାନ, ଓଡ଼ିଆ ଭାଷା ପ୍ରତି ସେହିଭଳି ଅବଦାନ ରହିଛି ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ। ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏକ ସମନ୍ବିତ ଓଡ଼ିଆ ଭାଷାର ବିକାଶ ପାଇଁ ବିଭିନ୍ନ ଆଞ୍ଚଳିକ ଭାଷା ଓ ଆଦିବାସୀ ଭାଷାର ଶବ୍ଦ ସଂଗ୍ରହ କରିବାରେ ସେ ଥିଲେ ଆଦି ଉଦ୍ୟୋକ୍ତା। ଶାସ୍ତ୍ରୀୟ ଭାଷାର ମର୍ଯ୍ୟାଦା ପାଇବା ପରେ ଏ ଦିଗରେ ପୁଣିଥରେ ବିପୁଳ ଉଦ୍ୟମ କରିବାର ଆବଶ୍ୟକତା ଦେଖାଯାଇଛି। କାରଣ ବିଭିନ୍ନ ଆଞ୍ଚଳିକ ଭାଷା ଓ ବୋଲି (ଯଥା – ବାଲେଶ୍ୱରୀ, ପୁରୀ, କୋଶଳୀ, ସମ୍ବଲପୁରୀ ଓ ବରହମପୁରୀ) କୁ ଛାଡ଼ି ଏଠାରେ ରହିଛି ୬୨ଟି ଜନଜାତିର ଭାଷା ଓ ଦଳିତମାନଙ୍କ ଡମ ଭାଷା। ଏହି ୬୨ଟି ଭାଷା ମଧ୍ୟରୁ ୨୧ଟିକୁ ଶ୍ରେଣୀଗୃହର ଭାଷା ରୂପେ ବ୍ୟବହାର କରିବା ଲାଗି ଓଡ଼ିଶା ସରକାର ସମ୍ମତି ଓ ସ୍ବୀକୃତି ଦେଇସାରିଛନ୍ତି। ଜାତୀୟ ଶିକ୍ଷାନୀତିରେ ଏହିସବୁ ଭାରତୀୟ ଭାଷାର ଉଲ୍ଲେଖନୀୟ ଏକତା ସାଧାରଣ ଧ୍ୱନି ଏବଂ ବିଜ୍ଞାନସମ୍ମତ ଭାବେ ବ୍ୟବହୃତ ବର୍ଣ୍ଣମାଳା ଓ ଲିପି ତଥା ବ୍ୟାକରଣଗତ ସଂରଚନା ପ୍ରତି ସଜାଗ ରହିବା ନିମନ୍ତେ କୁହାଯାଇଛି। ପୁଣି କୁହାଯାଇଛି ଯେ, କେଉଁ ଭୌଗୋଳିକ କ୍ଷେତ୍ରର ଆଦିବାସୀମାନେ କି କି ଭାଷା କହୁଛନ୍ତି, ସେଥିପ୍ରତି ଏବଂ ସେସବୁର ଗଠନ, ପ୍ରକୃତି ସାଧାରଣଭାବେ କଥିତ ବାକ୍ୟ ଓ ବାକ୍ୟାଂଶ ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ। ତା’ର ସମୃଦ୍ଧି ଲୋକସାହିତ୍ୟ, ଲୋକଗୀତି ଏବଂ ବେଶ୍‌ କିଛି ପୂର୍ବ ଭାରତୀୟ ଆଦିବାସୀ ଭାଷାର ଲିଖିତ ସାହିତ୍ୟ ମଧ୍ୟ ଆମ୍ଭମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ।
ଓଡ଼ିଶାର ବିଭିନ୍ନ ଆଞ୍ଚଳିକ ଭାଷା ବିଶେଷକରି ସମ୍ବଲପୁରୀ (ଡ.ପ୍ରଫୁଲ୍ଲ ତ୍ରିପାଠୀ) ଓ ସୁନ୍ଦରଗଡ଼ୀ ଭାଷାର ଅଭିଧାନ ଉପଲବ୍ଧ। ଅବିଭକ୍ତ କୋରାପୁଟର ଆନ୍ତଃ ଆଦିବାସୀ କଥିତ ଭାଷାରୂପେ ବ୍ୟବହୃତ ଦେଶିଆ ଭାଷା ସମ୍ପର୍କରେ ମଧ୍ୟ ଅତୀତରେ ଖଗେଶ୍ୱର ମହାପାତ୍ରଙ୍କ ଭଳି ଭାଷାବିତ୍‌ ଗବେଷଣା କରିଛନ୍ତି ଓ ତା’ର ଶବ୍ଦ ସମ୍ପଦର ଉଲ୍ଲେଖନୀୟ ସଂଗ୍ରହ ମଧ୍ୟ କରିଛନ୍ତି। ପରବର୍ତ୍ତୀ ସମୟରେ ଆଦିବାସୀ ଭାଷା ସଂସ୍କୃତି ଏକାଡେମୀ ତରଫରୁ ରାଜେନ୍ଦ୍ର ପାଢୀ ଓ ବିଜୟ ଉପାଧ୍ୟାୟଙ୍କ ଦ୍ୱାରା ସଂକଳିତ ଦେଶିଆ ଜ୍ଞାନକୋଷ, ଦେଶିଆ ସାଂସ୍କୃତିକ ଶବ୍ଦକୋଷ ରୂପେ ଆଦୃତ। ଖୁବ୍‌ଶୀଘ୍ର ଏହି ଦୁଇ ଜଣଙ୍କ ଦ୍ୱାରା ସଂକଳିତ ଓଡ଼ିଆ-ଇଂରାଜୀ- ଦେଶିଆ ଶବ୍ଦକୋଷ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ହେବାକୁ ଯାଉଛି। ଆଦିବାସୀ ଭାଷା ସଂସ୍କୃତି ଏକାଡେମୀ ଦ୍ୱାରା ପିଲାମାନଙ୍କ ଉପଯୋଗୀ ହେଲାଭଳି ୨୧ଟି ଆଦିବାସୀ ଭାଷାର ବ୍ୟାକରଣ ଓ ଶବ୍ଦ ସମ୍ଭାରକୁ ନେଇ ପୁସ୍ତକମାନ ପ୍ରକାଶ କରାଯାଇଛି।
ଏସବୁ ସତ୍ତ୍ୱେ ବେଶ୍‌ କିଛି ଭାଷାର ମୃତ୍ୟୁକୁ ଆମେ ରୋକିପାରି ନାହୁଁ। ପୂର୍ବୋକ୍ତ ଏକାଡେମୀ ଦ୍ୱାରା ଯେଉଁ କେତୋଟି ବଞ୍ଚତ୍ ରହିଥିବ ଏବଂ ସମୃଦ୍ଧ ହେବାର ସମ୍ଭାବନା ଥିବା ଆଦିବାସୀ ଭାଷାକଥା ଉଲ୍ଲେଖ କରାଯାଇଛି, ସେସବୁ ହେଉଛି ସାନ୍ତାଳୀ, କୁଇ, କୁଭୀ, ସଉରା, ଦେଶିଆ, ଗଣ୍ଡ, ଜୁଆଙ୍ଗ, ପରଜା, ଗଦବା, କୋୟା, ବଣ୍ଡା, ଡିଡାୟୀ, ହୋ, ସାଦ୍ରୀ, ଖଡ଼ିଆ, ଭୂୟାଁ, ବିଞ୍ଝାଲ, ଭୁଞ୍ଜିଆ, ଭୂମିଜ ଓ ମୁଣ୍ଡାରୀ। ଯେହେତୁ ମାତୃଭାଷାରେ ୩ୟ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦେବାପାଇଁ ଜାତୀୟ ଶିକ୍ଷା ନୀତିରେ କୁହାଯାଇଛି, ଏସବୁରେ ପାଠ୍ୟ ପୁସ୍ତକ ମଧ୍ୟ ସରକାରୀସ୍ତରରେ ପ୍ରସ୍ତୁତ କରାସରିଛି। କିନ୍ତୁ ଉପଯୁକ୍ତ ଭାଷା ଶିକ୍ଷକଙ୍କ ଅଭାବରୁ ସେସବୁ ଶ୍ରେଣୀଗୃହରେ ପଢ଼ାଯାଇ ପାରୁନାହିଁ । ତେବେ ୨୦୦୭ ରୁ ୨୦୧୦ ମଧ୍ୟରେ ସାନ୍ତାଳୀ, କୋୟା, ବଣ୍ଡା, ସୌରା, କୁଇ, କୁଭୀ ଓ ଜୁଆଙ୍ଗ ଆଦି ସାତୋଟି ଆଦିବାସୀ ଭାଷା ପାଇଁ ୩,୪୦୦ ଭାଷା ଶିକ୍ଷକ ନିଯୁକ୍ତ ହୋଇଥିଲେ। ଦୁଃଖର କଥା ଗତ ଦଶବର୍ଷ ଭିତରେ ଏହି ଶିକ୍ଷକମାନେ ସାଧାରଣ ଶିକ୍ଷକରେ ପରିଣତ ହୋଇଛନ୍ତି। ଏହାଫଳରେ ସେହି ଭାଷାଭାଷୀ ଛାତ୍ରୀଛାତ୍ର ଥିବା ସ୍କୁଲରୁ ସହରାଞ୍ଚଳର ବିଦ୍ୟାଳୟଗୁଡ଼ିକୁ ବଦଳି ହୋଇ ସେମାନେ ପୁରୁଣା ମାତୃଭାଷା ଶିକ୍ଷାଦାନ କାର୍ଯ୍ୟରୁ ନିବୃତ୍ତ ହୋଇସାରିଛନ୍ତି। ଅର୍ଥାତ୍‌ ଆଜିର ସମସ୍ୟା କେବଳ ବାକି ରହିଯାଇଥିବା ୧୪ଟି ଭାଷା ନୁହେଁ, ସମୁଦାୟ ୨୧ଟି ଯାକ ଭାଷାର ଭାଷା ଶିକ୍ଷକ ନିଯୁକ୍ତି କରିବା ଜରୁରୀ। ଫଳରେ ବିଭିନ୍ନ ଆଦିବାସୀ ଗୋଷ୍ଠୀର ପ୍ରାଥମିକ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ମାତୃଭାଷାରେ ଶିକ୍ଷିତ ହେବାର ସୁଯୋଗ ମିଳିପାରିବ।

ବିଜୟ ଉପାଧ୍ୟାୟ
ଫୋନ୍‌ ନଂ : ୯୬୬୮୨୨୨୭୬୨


Enter your email to get our daily news in your inbox.

All Right Reserved By Dharitri.Com

୪ ହଜାର ୨୨୨ କୋଟିର ପ୍ରକଳ୍ପକୁ ମଞ୍ଜୁରୀ ଦେଲେ ସରକାର

ଭୁବନେଶ୍ୱର,୧।୧: ଓଡ଼ିଶାରେ ୨୫ଟି ପ୍ରକଳ୍ପକୁ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସରେ ମଞ୍ଜୁରୀ ମିଳିଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୧୬ଟି ସେକ୍ଟରରେ ୪...

ଯୁଗ୍ମ ନିର୍ଦ୍ଦେଶକ ଭାବେ ପଦୋନ୍ନତି ପାଇଲେ କେନ୍ଦୁଝର ମାଟିର ପୁଅ ସଞ୍ଜୀବ କୁମାର

କେନ୍ଦୁଝର,୧ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ମାଟିର ପୁଅ ତଥା ସଫଳତାପୂର୍ବକ କେନ୍ଦୁଝର ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଦୀର୍ଘ ବର୍ଷ ଦାୟିତ୍ୱ ସମ୍ପନ୍ନ...

ନୂଆବର୍ଷରେ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ସାମୁହିକ ଦାୟିତ୍ୱ ନେଇ କାମ କରନ୍ତୁ

ଭୁବନେଶ୍ୱର,୧ା୧: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନରେ ଉଚ୍ଚ ପଦାଧିକାରୀ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ସାମୁହିକ ଦାୟିତ୍ୱ (Collective Responsibility)...

ସ୍ବାବଲମ୍ବୀ ଲକ୍ଷ୍ୟରେ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା

ପଞ୍ଚଲିଙ୍ଗେଶ୍ୱର,୧ା୧(ଲେଲିନ କୁମାର ଦେ): ବାଲେଶ୍ୱର ଜିଲା ଔପଦା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଞ୍ଚାୟତର ସନ୍ତରାଗଡ଼ିଆ ଏବଂ ଆଖପାଖ ଗ୍ରାମର ୩୦ରୁ ଊର୍ଦ୍ଧ୍ୱ ମହିଳା ବିଗତ ଦେଢ଼ବର୍ଷ...

ବୀଭତ୍ସ ହତ୍ୟା: ଗାଁ ଦାଣ୍ଡରେ ଯୁବକଙ୍କୁ ହାଣିଲେ, ପଣାଖୁଣ୍ଟିରେ ବଳିଦେଲେ ପିଶାଚ ଯୁବକ

ପରଜଙ୍ଗ,୧ା୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବସୋଇ ଗାଁରେ ବୀଭତ୍ସ ହତ୍ୟାକାଣ୍ଡ। ଗାଁ ଦାଣ୍ଡରେ ଯୁବକଙ୍କୁ ଖଣ୍ଡାରେ ହାଣି ଗାଁ ଚୌପାଢ଼ିରେ ଥିବା ଠାକୁରାଣୀଙ୍କ...

ନୂଆବର୍ଷରେ ନୂଆ ଉପହାର: ଡିଜି ପାହ୍ୟାକୁ ପଦୋନ୍ନତି ପାଇଲେ ୩ ଆଇପିଏସ୍‌

ଭୁବନେଶ୍ୱର,୧ା୧: ରାଜ୍ୟ ସରକାର ନୂଆବର୍ଷରେ ୩ ବରିଷ୍ଠ ଆଇପିଏସ୍‌ଙ୍କୁ ନୂଆ ଉପହାର ଦେଇଛନ୍ତି। ଅର୍ଥାତ୍‌ ୩ ଆଇପିଏସ୍‌ଙ୍କୁ ଡିଜି ପାହ୍ୟାକୁ ସରକାର ପଦୋନ୍ନତି ଦେଇଛନ୍ତି। ୧୯୯୩...

ନୂଆବର୍ଷରେ ଭାଜପାକୁ ନେଇ ଏମିତି କହିଲେ ମନମୋହନ

ଭୁବନେଶ୍ୱର,୧।୧: ଭାଜପାକୁ ନେଇ ଲୋକଙ୍କ ବିଶ୍ୱାସ ଭରଷା ବଢ଼ିଛି। ଆଗାମୀ ପଞ୍ଚାୟତ ନିର୍ବାଚନରେ ଭାଜପା ଯଶସ୍ବୀ ହେବ ବୋଲି ଭାଜପା ସଭାପତି ମନମୋହନ ସାମଲ ନୂଆବର୍ଷରେ...

ବାଲିଗୁଡ଼ା ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଭାବେ କାର୍ଯ୍ୟରେ ଯୋଗଦେଲେ ଗଦାଧର ପାତ୍ର, କହିଲେ ଜନଜାତି…

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ବାଲିଗୁଡ଼ା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ନୂଆ ପ୍ରକଳ୍ପ ପ୍ରଶାସକ ଭାବେ ଗଦାଧର ପାତ୍ର ନୂତନ ବର୍ଷ ବୁଧବାରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri