
ଭଞ୍ଜନଗର,୨୪ା୩(ବାବୁଲା ପ୍ରଧାନ): ଘୁମୁସର ଲେଖିକା ସଂସଦ ଜୁନ୍ ମାସରେ ତା’ର ବାର୍ଷିକ ଉତ୍ସବ ପାଳନ କରିବାକୁ ଯାଉଛି। ତେଣୁ ରବିବାର ସ୍ଥାନୀୟ ଶ୍ରୀ ସତ୍ୟସାଇ ବିଦ୍ୟାବିହାର ଠାରେ କନିଷ୍ଠ ବର୍ଗ ଏବଂ ବରିଷ୍ଠ ବର୍ଗ ବାଳିକାଙ୍କ ମଧ୍ୟରେ ନୃତ୍ୟ, ଗୀତ, ବକ୍ତୃତା,ଯୋଗାସନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିସହିତ ମହିଳାଙ୍କ ମଧ୍ୟରେ ଝୋଟି, ହୁଳହୁଳି, ପାରମ୍ପରିକ ପିଠା, ପ୍ରହେଳିକା ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦିକା ଡଃ ନଳିନୀପ୍ରଭା ଦାସ, ସଭ୍ୟା ଗୀତାଶ୍ରୀ ସାମନ୍ତ, ଦୀପ୍ତାଂଶୁପ୍ରଭା ଦେବୀ, ସାଂଗଠନିକ ସମ୍ପାଦିକା ଡାକ୍ତର ଗାୟତ୍ରୀ ସାହୁ, ରଜନୀରାଣୀ ସେଠୀ, ମାନସୀ ସ୍ବାଇଁ, ଉଷ୍ମିତା ମଞ୍ଜରୀ ଦାଶ, ସୁଜାତା ସିଂ, ଶୁଭସ୍ମିତା ଦାଶ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ।
କାର୍ଯ୍ୟକ୍ରମରେ ବିଚାରକ ଭାବେ ନେତାଜୀ ବିଷୋୟୀ, ବାଳକୃଷ୍ଣ ପଟ୍ଟନାୟକ, ଦୀପ୍ତିରଞ୍ଜନ ପଟ୍ଟନାୟକ, ବାସନ୍ତୀ ପାଣିଗ୍ରାହୀ ଥିଲେ। କୃତୀ ପ୍ରତିଯୋଗୀମାନଙ୍କୁ ଅନୁଷ୍ଠାନର ବାର୍ଷିକ ଉତ୍ସବରେ ପୁରସ୍କାର ପ୍ରଦାନ କରାଯିବ। ନାରୀମାନେ କୋଣସି କ୍ଷେତ୍ରରେ କମ୍ ନୁହନ୍ତି, ନାରୀ ସୃଷ୍ଟି କାରିଣୀ ଏବଂ ନାରୀର ଭୂମିକା ସମାଜରେ ଗୁରୁତ୍ୱପୂର୍ଣ୍ଣ ଏହା ସମସ୍ତେ ହୃଦୟଙ୍ଗମ କରିବା ଉଚିତ୍। କନ୍ୟା ଶିଶୁଟିଏ କନ୍ୟା ଜନ୍ମ ପାଇ ଗର୍ବ କରିବା ଉଚିତ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ।