Categories: ଖେଳ

ଝଡ଼ ତୋଫାନରେ ଉଡ଼ିଲା ଏହି ଷ୍ଟାଡିୟମ ଛାତ

ମୁମ୍ବାଇ, ୬।୮: ଭାରତର ଶ୍ରେଷ୍ଠ କ୍ରିକେଟ୍‌ ଷ୍ଟାଡିୟମ ମଧ୍ୟରୁ ମୁମ୍ବାଇର ଡିଓ୍ବାଇ ପାଟିଲ ଷ୍ଟାଡିୟମ ଅନ୍ୟତମ। କିନ୍ତୁ ବୁଧବାର ମୁମ୍ବାଇରେ ଲଗାଣ ବର୍ଷା ସାଙ୍ଗକୁ ପବନ ହେବା ଯୋଗୁ ଏହି ଷ୍ଟାଡିୟମର ବ୍ୟାପକ କ୍ଷୟକ୍ଷତି ହୋଇଛି। ଏପରିକି ଷ୍ଟାଡିୟମର ଛାତ ଉଡ଼ିଯାଇଥିବା ଜଣାପଡ଼ିଛି। ନଭି ମୁମ୍ବାଇ ପୋଲିସ କମିଶନର ଷ୍ଟାଡିୟମର କ୍ଷୟକ୍ଷତି ହୋଇଥିବା ନେଇ ସୋସିଆଲ ମିଡିଆରେ ଡିଓ୍ବାଇ ପାଟିଲ ଷ୍ଟାଡିୟମର କେତୋଟି ଫଟୋ ଛାଡ଼ି ସୂଚନା ଦେଇଛନ୍ତି। ୨୦୦୮ ଏପ୍ରିଲରେ ଡିଓ୍ବାଇ ପାଟିଲ ଷ୍ଟାଡିୟମର ନିର୍ମାଣ ହୋଇଥିଲା। ଏହାର ଦର୍ଶକ କ୍ଷମତା ୬୦ ହଜାର ହୋଇଥିବାବେଳେ ଇଡେନ ଗାର୍ଡେନ୍ସ ପରେ ଏହାକୁ ଭାରତର ଦ୍ୱିତୀୟ ବୃହତ୍‌ ଷ୍ଟାଡିୟମର ମାନ୍ୟତା ମିଳିଛି। ଏଠାରେ ୪ଟି ଫ୍ଲଡ ଲାଇଟ୍‌ ରହିଥିବାବେଳେ ବର୍ଷା ଓ ପବନ ଯୋଗୁ ଏଗୁଡ଼ିକ ମଧ୍ୟ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।

Share