କଟକରୁ ଲମ୍ବିଛି ନକଲି ଔଷଧର ଚେର

ଝାରସୁଗୁଡା ଅଫିସ୍‌,୧୩।୬: ହିମାଞ୍ଚଳ ପ୍ରଦେଶର ମ୍ୟାକ୍ସ ରିଲିଫ୍‌ ହେଲ୍‌ଥ କେୟାର କମ୍ପାନୀର ନକଲି ଔଷଧର ଚରେ କଟକରୁ ଲମ୍ବିଛି ଝାରସୁଗୁଡ଼ା। ଏହା ଜଣାପଡିବା ପରେ ଝାରସୁଗୁଡା ଜିଲା ଭେଷଜ ନୀରିକ୍ଷଣ ବିଭାଗ ଓ ପୋଲିସର ମିଳିତ ଉଦ୍ୟମରେ ଜିଲାର ବିଭିନ୍ନ ଔଷଧ ଦୋକାନରେ ଚଢାଉ ଜାରି ରହିଛି। ଏଥିମଧ୍ୟରେ ସରବାହାଲ ସ୍ଥିତ ଅମିତ ମେଡିକାଲ୍‌ ଏଜେନ୍ସିରେ ଚଢାଉ ହେବା ପରେ ସମ୍ପୃକ୍ତ କମ୍ପାନୀର କେତେକ ଔଷଧ ଜବତ ହୋଇଛି । ଜବତ ଔଷଧ ମଧ୍ୟରେ ରହିଛି ୪୬ଟି ମେଡିଟିବିଆର୍‌ ପେନ୍‌କିଲର୍‌ ଓ ୩୩ଟି ଟ୍ରିଟ୍‌ ୨୦୦ ଏସ୍‌ବି ଆଣ୍ଟିବାଟିକ୍‌। ଏହି ଜବତ ଔଷଧ ମଧ୍ୟରୁ ୨୦ଟି ଲେଖାଏ ନମୁନା ଭୁବନେଶ୍ୱର ସ୍ଥିତ ଡ୍ରଗ୍ସ ଟେଷ୍ଟିଂ ଲାବ୍ରୋଟୋରୀକୁ ପରୀକ୍ଷା ପାଇଁ ପଠାଯାଇଛି । ଏହି କମ୍ପାନୀର କେତେକ ଔଷଧ ପୂର୍ବରୁ ନକଲି ଧରାପଡିଥିଲା । ଫଳରେ ଏହି କମ୍ପାନୀର ଅନ୍ୟାନ୍ୟ ଔଷଧକୁ ନେଇ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗର ସନ୍ଦେହ ହେବାରୁ କଟକ, ରାଉରକେଲା, ବଲାଙ୍ଗୀର ଓ ଝାରସୁଗୁଡା ଆଦି ସ୍ଥାନରେ ଚଢାଉ ଜାରି ରହିଛି ବୋଲି ଡ୍ରଗ୍ସ ଇନ୍‌ସ୍ପେକ୍ଟର ଜ୍ୟୋତିରଞ୍ଜନ ପଣ୍ଡା କହିଛନ୍ତି।

Share