Categories: ଜାତୀୟ

ମନ୍ଦିର ପରିଚାଳନାରେ ରାଜପରିବାରର ବି ରହିଛି ଅଧିକାର: ସୁପ୍ରିମକୋର୍ଟ

ଥିରୁଭାନନ୍ତପୁରମ,୧୩।୭: ପଦ୍ମନାଭସ୍ବାମୀ ମନ୍ଦିରର ପରିଚାଳନା କ୍ଷେତ୍ରରେ ତ୍ରାବଣକୋର ରାଜପରିବାରର ମଧ୍ୟ ଅଧିକାର ରହିଛି। ସୋମବାର ଏନେଇ ସୁପ୍ରିମକୋର୍ଟ ରାୟ ଶୁଣାଇବା ସହ ରାଜପରିବାରର ଅଧିକାରକୁ ମାନ୍ୟତା ଦେଛନ୍ତି। ଦୀର୍ଘ ୯ବର୍ଷ ଧରି ମନ୍ଦିର ପରିଚାଳନାକୁ ନେଇ ବିବାଦ ଲାଗି ରହିଥିବା ବେଳେ ସୋମବାର ଏହାର ଶୁଣାଣି ହୋଇଛି। ଥିରୁଭାନନ୍ତପୁରମର ଜିଲା ଜଜ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା କମିଟି ବର୍ତ୍ତମାନ ମନ୍ଦିର ବ୍ୟବସ୍ଥାର ତତ୍ୱାବଧାନ କରିବ। ମୁଖ୍ୟ କମିଟି ଗଠନ ପର୍ଯ୍ୟନ୍ତ ଉକ୍ତ କମିଟି ମନ୍ଦିରର ବୁଝାଶୁଣା କରିବେ ବୋଲି ଜଣାପଡ଼ିଛି। ତେବେ ଏହି ମୁଖ୍ୟ କମିଟିରେ ରାଜପରିବାରର ମଧ୍ୟ ମୁଖ୍ୟ ଭୂମିକା ରହିବ। ସୂଚନାଯୋଗ୍ୟ, ଦୁନିଆର ସବୁଠାରୁ ଧନୀ ମନ୍ଦିର ଭାବେ ଉଭା ହୋଇଥିବା ପଦ୍ମନାଭସ୍ବାମୀ ମନ୍ଦିର ସେତେବେଳେ ଚର୍ଚ୍ଚାକୁ ଆସିଥିଲା, ଯେତେବେଳେ ଏହାର ଦାନବାକ୍ସରେ ଥିବା ଅମାପ ସମ୍ପତ୍ତିର ଖୁଲାସା ହୋଇଥିଲା।

Share